spot_img

Latest Posts

ପାଇଖାନା ନାଁରେ ଦୁର୍ନୀତି: ୨୭ ଜନସଂଖ୍ୟା ଥିବା ଗାଁରେ ତିଆରି ହୋଇଥିଲା ୫୪ଟି ପାଇଖାନା

ନବରଙ୍ଗପୁର: ନନ୍ଦିଘୋଷ ଟିଭିର ପ୍ରଭାବ । ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗର ତଦନ୍ତ ଆରମ୍ଭ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ପରଦର୍ଶନ କରିଛନ୍ତି ଜିଲ୍ଲାପାଳ ।  ସ୍ଵଚ୍ଛ ଭାରତ ଅଭିଜାନକୁ ଖୁଲମଖୁଲା ଚ୍ୟାଲେଞ୍ଜ କରାଯାଇଥିବା ବେଳେ ଏହାର ଖୁଲାସା କରିଥିଲା ନନ୍ଦିଘୋଷ ଟିଭି । ଦେଶକୁ ସ୍ୱଚ୍ଛ କରିବାକୁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଚଲାଇଛନ୍ତି ମିଳିତ ଉଦ୍ୟମ କିନ୍ତୁ ସବୁ ଉଦ୍ୟମ ଠକମାନଙ୍କ ପାଖରେ ଫେଲ ମାରୁଛି । କାଗଜ ପତ୍ରରେ ତିଆରି କରାଯାଉଛି ପାଇଖାନା ଆଉ ପକେଟ ପଶୁଛି ହଜାର ହଜାର ଟଙ୍କା । ଆଉ ହୀତାଧିକାରୀଙ୍କ ମିଳୁଛି ମିଛିମିଛିକିଆ ପାଇଖାନା । ଆଉ ଏହି ମହା ଦୁର୍ନିତିର ଖୁଲାସା କରିଥିଲା ନନ୍ଦିଘୋଷ ଟିଭି ।

କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଙ୍କ ମିଳିତ ଉଦ୍ୟମରେ ସାରା ଦେଶକୁ ସ୍ଵଚ୍ଛ କରିବା ଉଦ୍ଦେଶ୍ୟରେ ସମସ୍ତ ପରିବାରଙ୍କୁ ଏହି ସ୍ଵଚ୍ଛ ଭାରତ ଯୋଜନାରେ ସାମିଲ କରାଯାଇଛି । ଆଉ ଏଥିପାଇଁ କେନ୍ଦ୍ର ସରକାର ୭୨୦୦ ଟଙ୍କା ଓ  ରାଜ୍ୟ ସରକାର ଦେଉଛନ୍ତି ୪୮୦୦ ଟଙ୍କା । ଏହିପରି ୧୨ହଜାର ଟଙ୍କା ପ୍ରତ୍ୟେକ ହିତାଧିକାରୀଙ୍କୁ ପାଇଖାନା କରିବା ପାଇଁ ପ୍ରଦାନ କରାଯାଇଥିଲା । ହେଲେ ଏହି ପାଇଖାନା ନିର୍ମାଣ ଅନିୟମିତା ସହିତ ଦୁର୍ନୀତି ହୋଇଥିବା ଅଭିଯୋଗ ବିଭିନ୍ନ ସମୟରେ ହୋଇଥାଏ ।

ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଏହି ଦୁର୍ନୀତିର ଖବର ପାଇ ନନ୍ଦିଘୋଷ ଟିଭି ଏହାର ସତ୍ୟତା ପାଇଁ ପହଞ୍ଚିଥିଲା ଝରିଗାଁ ବ୍ଳକର ଝରିଗାଁ ପଞ୍ଚାୟତରେ । ଆଉ ପାଖରେ ଥିବା RTI ତଥ୍ୟକୁ ନେଇ ଆରମ୍ଭ କରିଥିଲା ଗ୍ରାଉଣ୍ଡ ଜିରୋ ରିପୋଟିଂ । ଆଉ ଲକ୍ଷ୍ୟ ଥିଲା ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଳକରେ ହୋଇଥିବା ପାଇଖାନା ନିର୍ମାଣର ମହାଦୁର୍ନତୀକୁ ଲୋକ ଲୋଚନକୁ ଆଣିବା ।

ଝରିଗାଁ ପଞ୍ଚାୟତର ରହିଛି ୨୦ଟି ଗାଁ ଆଉ ଏହି ୨୦ଟି ଗାଁରେ ତିଆରି ହୋଇଛି ପାଖାପାଖି ୧୯୨୩ଟି ପାଇଖାନା କିନ୍ତୁ କେବଳ କାଗଜପତ୍ରରେ । ଏ ତ ରହିଲା ପଞ୍ଚାୟତର ଥିବା ୨୦ଟି ଗାଁ ତଥ୍ୟ କିନ୍ତୁ ଗୋଟିଏ ଗାଁ ତଥ୍ୟ ଜାଣିଲେ ଆପଣଙ୍କ ହୋସ ଉଡ଼ିଜିବ । କାରଣ ଝରି ଗାଁ ପଞ୍ଚାୟତର ଥିବା ବନ୍ଦିଗୁଡ଼ା ଗାଁରେ ପହଞ୍ଚିଲା ପରେ ସାମ୍ନାକୁ ଆସିଥିଲା ବାବୁ ମାନଙ୍କର ମାହାଦୁର୍ନିତିର କଳା ଚିଠା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ପାଇଁ ପର୍ଯ୍ୟାପ୍ତ ଥିଲା । ଲାଗୁଥିଲା ଯେମିତି ଦୁର୍ନିତିର ଚରମ ସୀମା ପହଞ୍ଚିଯାଇଥିଲେ ଏମାନେ । କାରଣ ଏହି ଗାଁ ଗୋଟିଏ ଛୋଟିଆ ଗାଁ, ଏଠାରେ ରୁହନ୍ତି ମାତ୍ର ସାତ ଗୋଟି ପରିବାର । ଆଉ ଜନ ସଂଖ୍ୟା ପ୍ରାୟ ୨୭ରୁ୨୮ ଜଣ ହେବ । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଉଛି ଗାଁରେ କେଉଁଠୁ ଆସିଲେ ଏତେ ହିତାଧିକାରୀ ଯେ ଗାଁରେ ତିଆରି ହୋଇଛି ୫୪ଟି ସ୍ୱଚ୍ଛ ଭାରତ ଯୋଜନାର ପାଇଖାନା ମାତ୍ର କେବଳ କାଗଜପତ୍ରରେ ।

କିନ୍ତୁ RTIର ତଥ୍ୟ ସହିତ ଏହି ଗାଁର ଲୋକମାନଙ୍କ ନା କୁ ଦେଖିଲେ ପାଇଖାନା ନିର୍ମାଣର ଏକ ନଗ୍ନ ଚିତ୍ର ବାରି ହୋଇ ପଡୁଥିଲା । କାରଣ ଗାଁରେ ୫୪ ନୁହେଁ ମାତ୍ର ଗୋଟିଏ ପାଇଖାନା ନିର୍ମାଣ ହୋଇଛି ଆଉ ହୀତାଧିକାରୀଙ୍କ ନିଜ ଟଙ୍କାରେ । ଏହି ହିତାଧିକାରୀ ହେଉଛନ୍ତି ବନ୍ଧିଗୁଡା ଗାଁ ର ଭାଗିରଥି ଦାସ । ତାଙ୍କ କହିବା ଅନୁସାରେ ସେ ନିଜ ଟଙ୍କାରେ ନିର୍ମାଣ କରିଛନ୍ତି କିନ୍ତୁ ଏହା ସରକାରୀ ଟଙ୍କାରେ ହୋଇଥିବା କହି ତାଙ୍କର ବିଲ୍ ମଧ୍ୟ ସ୍ଵଚ୍ଛ ଭାରତ ଯୋଜନାରେ ନିର୍ମାଣ ହୋଇଥିବା ଦର୍ଶାଯାଇଛି । ଅନ୍ୟପଟେ ଏହି ଗାଁ ରେ ଗୋଟିଏ ମଧ୍ୟ ପାଇଖାନା ନିର୍ମାଣ ହୋଇନାହିଁ । ଏତେ ଗୁଡିଏ ହିତାଧିକାରୀ ଏହି ଗାଁ ରେ କେଉଁ ଆଡୁଆସିଲେ ଏବଂ ତଥ୍ୟ ଅନୁସାରେ କାମ ସବୁ ସାରିଯାଇଛି ଏବଂ ବିଲ ମଧ୍ୟ ହୋଇ ସାରିଛି । ଯୋଜନାରେ ସାମିଲ ଥିବା ଯନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀ ମାନେ କେଉଁ ଭଳି ଭାବରେ ଦୁର୍ନୀତି କରିଛନ୍ତି ତାହା ଏକ ଚିନ୍ତାର ବିଷୟ । କେବଳ ସେତି ନୁହେଁ ଝରିଗାଁ ପଞ୍ଚାୟତର ସମସ୍ତ RTI ରିପୋର୍ଟକୁ ଦେଖିଲେ ଗୋଟିଏ ତଥ୍ୟ ବାରିହୋଇ ପଡୁଚି କି ସମସ୍ତ ୨୦ଟି ଗାଁରେ ଅନେକ ନାଁ ସମାନ ରହିଛି କେବଳ ସେମାନଙ୍କ ବାପାଙ୍କ ନାମ ଅଲଗା ଏବଂ ଗାଁର ନାମ ଅଲଗା ରହିଛି । ଏହା ମଧ୍ୟ ଦୁର୍ନୀତିର ଗନ୍ଧ ବାରିହୋଇ ପଡୁଥାଏ ।

ନନ୍ଦିଘୋଷ ଟିଭିର ଗ୍ରାଉଣ୍ଡ ଜିରୋ ରିପୋର୍ଟ ପରେ ପାଇଖାନା ତତ୍ପର ହୋଇଛନ୍ତି ଜିଲ୍ଲାପାଳ ।  ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ପରଦର୍ଶନ କରିଛନ୍ତି ଜିଲ୍ଲାପାଳ । ଏହାସହ ବ୍ଲକ କାର୍ଯ୍ୟାଳୟରେ ସବିଶେଷ ଆଲୋଚନା କରି ପାଇଖାନା ନିର୍ମାଣ ଦୁର୍ନୀତି ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି  । BDO, AEଙ୍କ ସହ ବଣ୍ଡିଗୁଡ଼ା ଗାଁକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ଜିଲ୍ଲାପାଳ । PD DRDAଙ୍କୁ ୭ ଦିନ ମଧ୍ୟରେ ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । IHHL ହିତାଧିକାରୀଙ୍କୁ ଦିଆଯାଇଥିବା ଟଙ୍କା ବିଷୟରେ ଆଲୋଚନା କରିଛନ୍ତି ।

Latest Posts

Don't Miss