ପରୀ ମୃତ୍ୟୁ ମାମଲାର ତନାଘନା କରୁଛି ଏସ୍‌ଆଇଟି, ରାଜନୀତି ସରଗରମ

1 min read
SIT Arrested One Accused  In Pari Murder Case

ନୟାଗଡ଼: ନୟାଗଡ଼ ଯଦୁପୁର ପରୀ ମୃତ୍ୟୁ ମାମଲାର ତନାଘନା କରୁଛି ସ୍ପେଶାଲ ଇନ୍‌ଭେଷ୍ଟିଗେସନ ଟିମ୍‌-ଏସ୍‌ଆଇଟି । ବାବୁଲି ନାୟକଙ୍କ ଘରେ ଖାନ୍‌ତଲାସି କରାଯାଇଛି । ଏସ୍ଆଇଟି ମୁଖ୍ୟ ତଥା ପୋଲିସ ଆଇଜି ଅରୁଣ ବୋଥ୍ରାଙ୍କ ଉପସ୍ଥିତିରେ ବାବୁଲି ନାୟକଙ୍କ ତିନି ମହଲା ଘରେ ଖାନ୍‌ତଲାସି କରାଯାଇଥିଲା । ବାବୁଲି ନାୟକ ଓ ତାଙ୍କ ପୁଅଙ୍କୁ ଅରୁଣ ବୋଥ୍ରା ମଧ୍ୟ ପ୍ରାୟ ଏକଘଣ୍ଟା ପଚରାଉଚରା କରିଥିଲେ  ।

ବାବୁଲି ନାୟକଙ୍କ ଯାନବାହନ ଓ ଡ୍ରାଇଭରଙ୍କ ସଂପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଇଛି  । ବାବୁଲି ନାୟକଙ୍କ ଜଣେ ଡ୍ରାଇଭର ବିଜୟ ବେହେରାଙ୍କୁ ତାଙ୍କ ଇଟାମାଟି ସ୍ଥିତ ଘରୁ ଉଠାଇ ନେଇ ସର୍କିଟ ହାଉସରେ ଅରୁଣ ବୋଥ୍ରା ପଚାରାଉଚରା କରିଥିଲେ  । ପରେ ନୟାଗଡ଼ ଟାଉନ ଥାନାରେ ମଧ୍ୟ ପଚରାଉଚରା କରାଯାଇଛି  । ସେପଟେ ପରୀ ହତ୍ୟା ଘଟଣା ନେଇ ସରଗରମ ହୋଇଛି ରାଜନୀତି । ଆଜି ପରୀ ଗାଁକୁ ଆସୁଛନ୍ତି ରାଜ୍ୟ କଂଗ୍ରେସ ଓ ବିଜେପିର ଟିମ୍ ।

ପରୀ ଗାଁରେ ପହଞ୍ଚିଲା ରାଜ୍ୟ କଂଗ୍ରେସ ଟିମ୍ । ପିସିସି ପ୍ରଭାରୀ ଚେଲ୍ଲାକୁମାରଙ୍କ ନେତୃତ୍ବରେ କଂଗ୍ରେସ ପ୍ରତିନିଧି ଦଳ ପରୀର ଗାଁ ନୟାଗଡ଼ ଯଦୁପୁର ପହଞ୍ଚି ପରୀର ବାପା-ମାଆଙ୍କ ସହ ଆଲୋଚନା କରିଛନ୍ତି । ଟିମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ନରସିଂହ ମିଶ୍ର, ପ୍ରଦୀପ ମାଝୀ, ଜୟଦେବ ଜେନା, ତାରାପ୍ରସାଦ ବାହିନୀପତି, ଭକ୍ତଚରଣ ଦାସ ପ୍ରମୁଖ ଅଛନ୍ତି । ବିଜେପିର ଏକ ଟିମ୍ ମଧ୍ୟ ଆଜି ପୁଣି ପରୀ ଗାଁକୁ ଯାଉଛି ।

Leave a Reply