ସ୍ତ୍ରୀକୁ ଟାଙ୍ଗିଆରେ ହାଣି ମାରିଲା ସ୍ୱାମୀ, ୭ ମାସର ଗର୍ଭବତୀ ଥିଲା ସ୍ତ୍ରୀ

1 min read

ସୁନ୍ଦରଗଡ଼: ସ୍ୱାମୀର ଟାଙ୍ଗିଆ ଚୋଟରେ ସାତ ମାସର ଗର୍ଭବତୀ ସ୍ତ୍ରୀର ମୃତ୍ୟୁ । ଅଭିଯୁକ୍ତ ସ୍ୱାମୀ ଥାନାରେ ଅଟକ । ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କଲା ପୋଲିସ । ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡର କୋଇଡା ଥାନା ପୋଡାଡ଼ିହି ବସ୍ତିରେ ଘରୋଇ କଳିକୁ କେନ୍ଦ୍ର କରି ସ୍ୱାମୀର ଅମାନୁଷିକ କାଣ୍ଡ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସାମାନ୍ୟ ବଚସାକୁ କେନ୍ଦ୍ର କରି ସାତ ମାସର ଗର୍ଭବତୀ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସୈତାନ ସ୍ୱାମୀ । ଅଭିଯୁକ୍ତ ସ୍ୱାମୀ ବୁଧୁ ମୁଣ୍ଡା ସମ୍ବାରି ନାଏକଙ୍କୁ ପ୍ରେମ ବିବାହ କରିଥିଲେ ।

ଦୁହିଁଙ୍କର ତିନଟି ସନ୍ତାନ ଅଛନ୍ତି । ଗତକାଲି ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । ଉତ୍ତ୍ୟକ୍ତ ହୋଇ ବୁଧୁ ମୁଣ୍ଡା ଏକ ଧାରୁଆ ଟାଙ୍ଗିଆରେ ସ୍ତ୍ରୀ ସମ୍ବାରିକୁ ଟାଙ୍ଗିଆରେ ଚୋଟ ପରେ ଚୋଟ ମାରିବାରୁ ଘଟଣା ସ୍ଥଳରେ ସ୍ତ୍ରୀ ସମ୍ବାରୀର ମୃତ୍ୟୁ ହୋଇଥିଲା । ଆଜି ସକାଳେ ଖବର ପାଇ ଘଟଣାସ୍ଥଳରେ କୋଇଡା ପୋଲିସ ପହଁଚି ମୃତଦେହ ଉଦ୍ଧାର କରିବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି l ଅଭିଯୁକ୍ତ ବୁଧୁ ମୁଣ୍ଡାକୁ  ପୋଲିସ ଅଟକ ରଖି ପଚାର ଉଚରା ଚଳାଇଛି ।…

Leave a Reply