ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ସୁପ୍ରିମକୋର୍ଟ ଖପ୍ପା, ମାଗିଲେ ମୁକାବିଲା ପାଇଁ ନିଆଯାଇଥିବା ତଥ୍ୟ
ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା, ଡିସେମ୍ବରରେ ଆହୁରି ଖରାପ ହେବ ସ୍ଥିତି । ବିଶେଷ କରି ଉତ୍ତର ଭାରତରେ ଉପରମୁହାଁ କରୋନାଗ୍ରାଫ୍ । ଗୁଜରାଟ, ଦିଲ୍ଲୀରେ କୋଭିଡ୍ ସ୍ଥିତି ନେଇ ସୁପ୍ରିମ୍କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । କରୋନା ନିୟନ୍ତ୍ରଣ ପାଇଁ ଦିଲ୍ଲୀ ସରକାର କେଉଁ ପଦକ୍ଷେପ ନେଇଛନ୍ତି, ସେସମ୍ପର୍କରେ ବିସ୍ତୃତ ତଥ୍ୟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଦିଲ୍ଲୀରେ କରୋନା ସ୍ଥିତି ଉଦବେଗଜନକ ରହିଛି । ଗତ କିଛି ଦିନ ଧରି ଦିଲ୍ଲୀରେ କରୋନା ପୁଣି ଥରେ ତାର କାୟାବିସ୍ତାର କରିବାରେ ଲାଗିଛି । ଯାହାକି ଚିନ୍ତା ବଢାଇଛି । ସେହିପରି କୋଭିଡ୍ ସଂକଟରେ ବିବାହ ଓ ସମାବେଶକୁ ଅନୁମତି ପ୍ରସଙ୍ଗରେ ଗୁଜରାଟ ସରକାରଙ୍କ ଉପରେ ମଧ୍ୟ ସର୍ବୋଚ୍ଚ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ସେହିପରି ମହାମାରୀର ମୁକାବିଲା ପାଇଁ ସମସ୍ତ ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି ସେନେଇ ଆସନ୍ତା ଦୁଇ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ କରୋନା ସ୍ଥିତିକୁ ନେଇ ଦାୟର ହୋଇଥିବା ଏକ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଆସନ୍ତା ୨୭ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ ।