spot_img

Latest Posts

ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଅସ୍ତରଙ୍ଗ ଉପକୂଳରେ ୭ ମାସ ମାଛଧରା ଉପରେ କଟକଣା, ମତ୍ସ୍ୟଜୀବୀଙ୍କ ଦୁଇଗୁଣା କ୍ଷତିପୂରଣ ଦାବି

ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଅସ୍ତରଙ୍ଗ ଉପକୂଳରେ ୭ ମାସ ମାଛଧରା ଉପରେ କଟକଣା, ମତ୍ସ୍ୟଜୀବୀଙ୍କ ଦୁଇଗୁଣା କ୍ଷତିପୂରଣ ଦାବି

ନନ୍ଦିଘୋଷ ବ୍ୟୁରୋ: ଅଲିଭ ରିଡଲେଙ୍କ ସୁରକ୍ଷା ଚିନ୍ତା । ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳରେ ମାଛ ଧରିବା ଉପରେ ଲାଗିଲା କଟକଣା । ଆସନ୍ତା ମେ’ ୩୧ ଯାଏଁ ୭ ମାସ ଧରି ବଳବତ୍ତର ରହିବ ନିୟମ । ଏବେ ପେଟପାଟଣା ନେଇ ଚିନ୍ତାରେ ମତ୍ସ୍ୟଜୀବୀ । ସରକାରୀ ସହାୟତା ରାଶିକୁ ଦ୍ୱିଗୁଣିତ କରିବା ପାଇଁ କଲେ ଦାବି ।

ଅସ୍ତରଙ୍ଗ ଉପକୂଳ ଦେବୀନାସୀରୁ କେଳୁଣୀ ମୁହାଣ ଯାଏଁ ମାଛ ଧରିବା ମନା । ଆସନ୍ତା ମେ’ ୩୧ ଯାଏଁ ବଳବତ୍ତର ରହିବ ନିୟମ । ଅସ୍ତରଙ୍ଗ ଉପକୂଳରେ ଅଣ୍ଡାଦାନ ପାଇଁ ଅଲିଭ ରିଡଲେ କଇଁଛଙ୍କ ଆଗମନ ହୋଇଛି । ସେମାନଙ୍କ ସୁରକ୍ଷା ପାଇଁ ସମୁଦ୍ର କୂଳରୁ ୫ କି.ମି. ମଧ୍ୟରେ ମୋଟର ଡଙ୍ଗା ଓ ୨୦ କି.ମି. ମଧ୍ୟରେ ମାଛ ଧରା ଟ୍ରଲର ପ୍ରବେଶ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି । ନିଷିଦ୍ଧାଞ୍ଚଳରେ ଟ୍ରଲର ପ୍ରବେଶ କଲେ ଏହାକୁ ଜବତ କରାଯିବା ସହ ଲାଇସେନ୍ସ ବାତିଲ ହେବ ବୋଲି ସହକାରୀ ମତ୍ସ୍ୟ ଅଧିକାରୀ ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ଦୀର୍ଘ ୭ ମାସିଆ ମାଛଧରା କଟକଣା ପରେ ପରିବାର ପ୍ରତିପୋଷଣକୁ ନେଇ ଚିନ୍ତାରେ ମତ୍ସ୍ୟଜୀବୀ । ବାରମ୍ବାର ଲଘୁଚାପ ଯୋଗୁଁ ମାଛଧରା ଉପରେ ଅନେକ ଥର କଟକଣା ଲଗାଯାଉଥିବା ବେଳେ ଏବେ ଏହି ଦୀର୍ଘକାଳୀନ କଟକଣା ମତ୍ସ୍ୟଜୀବୀଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି । ସେପଟେ ଏହି ନିୟମକୁ ଓଡିଶା ପାରମ୍ପରିକ ମତ୍ସ୍ୟଜୀବୀ ମହାସଂଘ ସ୍ୱାଗତ କରିଛି । କଟକଣା ପାଇଁ ଧୀବରଙ୍କୁ ମିଳୁଥିବା ସରକାରୀ ଆର୍ଥିକ ସହାୟତା ରାଶିକୁ ୧୫ ହଜାରରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ମହାସଂଘ ଦାବି କରିଛି ।

Latest Posts

Don't Miss