spot_img

Latest Posts

ରକ୍ତ ପରି ଲାଲ ହୋଇଗଲା ନଦୀର ପାଣି, ଦୋଷୀର ନାଁ କହିଲେ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା

ଥାନେ: ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ବାଲଧୁନୀ ନଦୀର ପାଣି ହଠାତ ରକ୍ତ ପରି ଲାଲ ହୋଇଯାଇଛି । ନାଲି ରଙ୍ଗ ହୋଇଯାଇଥିବା ଏହି ନଦୀର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ତେବେ ନଦୀ ପାଖରେ ବସବାସ କରୁଥିବା ଉଲ୍ଲାସନଗର ଏବଂ ଅମ୍ବରନାଥର ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି ଯେ, ବାଲଧୁନୀ ନଦୀରେ ବିଷାକ୍ତ ରାସାୟନିକ ଦ୍ରବ୍ୟ ମିଶ୍ରଣ କରାଯାଇଛି, ଯାହା ଫଳରେ ନା କେବଳ ନଦୀର ରଙ୍ଗ ନାଲି ହୋଇଯାଇଛି ବରଂ ଲୋକମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁୟାୟୀ, ରାଜ୍ୟ ପ୍ରଦୂଷଣ ବୋର୍ଡ MPCB କୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ପୋଲିସ ଏବଂ ନଗର ନିଗମର ଅଧିକାରୀ ମାନେ ଏହାକୁ ଅଣଦେଖା କରିଆସୁଥିଲେ । ତେବେ ବସ୍ତି ପାଖ ଦେଇ ବହୁଥିବା ଏହି ନଦୀରେ କେଉଁ ବ୍ୟକ୍ତି ମାନେ ବିଶାକ୍ତ ଶିଳ୍ପ ବର୍ଜ୍ୟବସ୍ତୁ ପକାଉଛନ୍ତି ତାର ସୂଚନା ଦେଲେ ତାଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି ଉଲ୍ଲାସନଗର କାଉନସିଲର ।

ସୂଚନା ଅନୁଯାୟୀ ୨୦୧୪ ମସିହାରେ ମଧ୍ୟ ନଦୀ ଆଖପାଖ ପ୍ରାୟ ୬୦୦ ଜଣ ବାସିନ୍ଦା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ନଦୀ କୂଳରେ ରହୁଥିବା ଅଧିକାଂଶ ଲୋକ ବାନ୍ତି କରିବା ସହ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଏହି କାରଣରୁ ଅନେକ ସେହି ସ୍ଥାନ ଛାଡ଼ି ଚାଲି ମଧ୍ୟ ଯାଇଥିଲେ । ଏହି ମାମଲାକୁ ନେଇ ଏକ ମାମଲା ଦାଖଲ କରାଯାଇଛି, କିନ୍ତୁ ସମୟ କ୍ରମେ ତାକୁ ମଧ୍ୟ ଅଣଦେଖା କରାଯାଇଥିଲା ।

ସେହି ସମୟ ଠାରୁ ରସାୟନିକ କାରଖାନାରୁ ବାହାରୁଥିବା ଅଳିଆ ଏବଂ ବନଭେଲ ନିକଟରେ ଶିଳ୍ପ ବର୍ଜ୍ୟବସ୍ତୁକୁ ନପକାଇବା ପାଇଁ ବସ୍ତି ବାସିନ୍ଦା ମାନେ ଅଧିକାରୀ ମାନଙ୍କୁ ଅଭିଯୋଗ କରି ଆସୁଛନ୍ତି ।  ଅମ୍ବରନାଥରେ ଥିବା MIDCରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ୱେଷ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ପଠାନଯାଇ ଶିଳ୍ପ ବର୍ଜ୍ୟବସ୍ତୁକୁ ନଦୀରେ ଫିଙ୍ଗିଦିଆଯାଏ । ଏମିତି କରିବା ଦ୍ୱାରା ଶିଳ୍ପ ବର୍ଜ୍ୟବସ୍ତୁକୁ ଥଇଥାନ କରିବା ବାବଦରେ ଅପରେଟରଙ୍କୁ କଥିତ ଭାବରେ ପ୍ରତି ଟ୍ୟାଙ୍କର ପିଛା ୫୦,୦୦୦ ଟଙ୍କା ଦେବାକୁ ପଡ଼ି ନଥାଏ । ଏମିତି ଅନେକ ଟ୍ୟାଙ୍କର ଉଲ୍ଲାସନଗର ଏବଂ ଅମ୍ବରନାଥ ନଦୀ ଗୁଡ଼ିକରେ ରାସାୟନିକ ବର୍ଜ୍ୟବସ୍ତୁ ପକାଇଥାନ୍ତି, ଯେଉଁ କାରଣରୁ ବେଳେ ବେଳେ ଅଞ୍ଚଳରେ ଧୂଆଁ ହେବା ସହ ପାଣି ନାଲି ରଙ୍ଗର ହୋଇଯାଇଥାଏ ।

Latest Posts

Don't Miss