ବାଇଡେନ ରାଷ୍ଟ୍ରପତି ହେବା ପରେ ବି ତାଙ୍କ ପତ୍ନୀ କରିବେ ଶିକ୍ଷକତା

ୱାସିଂଟନ: ଜୋ ବାଇଡେନଙ୍କ ପରେ ଚର୍ଚ୍ଚାରେ ତାଙ୍କ ପତ୍ନି ଜିଲ ବାଇଡେନ । ହ୍ୱାଇଟ ହାଉସରେ ରହି ଶିକ୍ଷକତା କରିବେ ଆମେରିକାର ପ୍ରଥମ ମହିଳା । ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରି ଆମେରିକାର ରାଷ୍ଟ୍ରପତି ଗାଦିରେ ବସିଛନ୍ତି ଜୋ ବାଇଡେନ  ଆଉ ତାଙ୍କର ଏହି ବିଜୟ ପରେ ସେ ଏବେ ସମସ୍ତଙ୍କ ପ୍ରଥମ ପସନ୍ଦ ହୋଇଯାଇଛନ୍ତି । ପ୍ରଶଂସକମାନେ ମଧ୍ୟ ତାଙ୍କ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ପରାସ୍ତ ହେବା ପରେ ହ୍ୱାଇଟ ହାଉସ ଛାଡ଼ିବେ ଟ୍ରମ୍ପ ଆଉ ହ୍ୱାଇଟ ହାଉସକୁ ଏଣ୍ଟ୍ରି କରିବେ ଜୋ ବିଡେନ ।

ଜୋ ବାଇଡେନଙ୍କ ଐତିହାସିକ ବିଜୟ ପରେ ତାଙ୍କ ପତ୍ନୀ ଜିଲ ବିଡେନ ହୋଇଛନ୍ତି ଆମେରିକାର ପ୍ରଥମ ମହିଳା  । ୬୯ ବର୍ଷୀୟ ଜିଲ୍ ପେଶାରେ ଜଣେ ଶିକ୍ଷୟିତ୍ରୀ  । ଶିକ୍ଷକତା କରିବା ସମୟରେ ସେ ଚାରି ଚାରିଟି ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି  । ତେବେ ହ୍ୱାଇଟ ହାଉସରେ ପ୍ରବେଶ ପରେ ମଧ୍ୟ ଡକ୍ଟର ଜିଲ୍ ନିଜର ବୃତ୍ତିକୁ ଛାଡ଼ିବେ ନାହିଁ ବୋଲି କହିଛନ୍ତି ।

୨୩୧ ବର୍ଷ ଆମେରିକା ଇତିହାସରେ ଜିଲ୍ ହେଉଛନ୍ତି ପ୍ରଥମ ମହିଳା ଯିଏ, ହ୍ୱାଇଟ ହାଉସ ବାହାରେ ଶିକ୍ଷାଦାନରେ ନିଜକୁ ନିୟୋଜିତ ରଖିବେ । ଏଥିପାଇଁ ତାଙ୍କୁ ଦରମା ମଧ୍ୟ ମିଳିବ  ।

ତେବେ ଆଜୀବନ ଶିକ୍ଷକତା କରିବାକୁ ପଣ କରିଥିବା ଜିଲ୍ ବାଇଡେନ୍ କହିଛନ୍ତି ଯେ, ଶିକ୍ଷାଦାନ ଏକ ମହତ ବୃତ୍ତି। ପ୍ରତ୍ୟେକଟି ବ୍ୟକ୍ତି ବିଶେଷ ଭାବେ ଏହାକୁ ସମ୍ମାନ ଦେବା ଉଚି୍ତ୍  । ସେ ଅନେକ ପ୍ରବାସୀ ଓ ଶରଣାର୍ଥୀଙ୍କୁ ପାଠ ପଢାଇଛନ୍ତି । ସେମାନଙ୍କ ଦୁଃଖ ଭରା କାହାଣୀକୁ ସେ ଅନୁଭବ କରିପାରିଛନ୍ତି  । ଏବେ ସେମାନଙ୍କୁ ବିଭିନ୍ନ କଲେଜରେ ମାଗଣାରେ ଶିକ୍ଷାଦାନ ଯ଼ୋଗାଇଦେବାର ସମୟ ଆସିଛି । ଏହା ସହିତ କ୍ୟାନସର ପୀଡ଼ିତ ଓ ସୈନିକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯ଼ିବ ବୋଲି କହିଛନ୍ତି ଜିଲ୍ ବିଡେନ  ।

Leave a Reply