spot_img

Latest Posts

ଆଜି ମା’ଙ୍କ ମଣ୍ଡପରେ ଷଷ୍ଠୀ ପୂଜା, ବିଲ୍ୱବରଣି ପରେ ବିଳମ୍ବିତ ରାତିରେ ଦର୍ଶନ ଦେବେ ମା’

ଭୁବନେଶ୍ୱର: ଆସୁଛନ୍ତି ମା, ମହାମାୟାଙ୍କ ଆଗମନକୁ ନେଇ ଏବେ ସବୁଠି ଆଧ୍ୟାତ୍ମିକ ପରିବେଶ । ଆଜିଠାରୁ ପୂଜା ମଣ୍ଡପରେ ଷଷ୍ଠୀ ପୂଜା । ଏଥିପାଇଁ ଆରମ୍ଭ ହୋଉଛି ମାଆଙ୍କ ସୁର୍ଯ୍ୟ ପୂଜା। ଏନେଇ ସମସ୍ତ ପୂଜା ମଣ୍ଡପରେ ଚାଲିଛି ପ୍ରସ୍ତୁତି । ତେବେ ସବୁକିଛି କରୋନା କଟକଣାରେ ଚାଲିଛି । ନା ଅଛି ରଙ୍ଗ ବେରଙ୍ଗର ଆଲୁଅ ନା ଅଛି ଆକାଶକୁ ଛୁଇଁଲା ଭଳି ତୋରଣ । ପାର୍ବଣର ମହକକୁ ଛଡ଼ାଇ ନେଇଛି ରାକ୍ଷସ କରୋନା ।

ତେବେ ସମସ୍ତଙ୍କର ଅପେକ୍ଷା ମହାମାୟାଙ୍କ ଆଗମନରେ ଧ୍ୱଂସ ହେବ କରୋନା  । ଯେମିତି ମହିଷାସୁର କୁ ବଦ୍ଧ କରିବା ପାଇଁ ଧରାପୃଷ୍ଠରକୁ ଓହ୍ଲାଇଥିଲେ ମା’ ଦୁର୍ଗା । ଠିକ ସେମିତି ଆଉ ଏକ ରାକ୍ଷସ କରୋନାକୁ ଏଥର ବଦ୍ଧ କରିବେ ମା’ ।

କେବଳ ବିଧି ରକ୍ଷା ପାଇଁ ପୂଜା କରିବାକୁ ପୂଜା ମଣ୍ଡପ ପ୍ରସ୍ତୁତି କରିଛନ୍ତି । ଗୁରୁବାର ସନ୍ଧ୍ୟାରେ ବିଲ୍ୱବରଣି ପରେ ବିଳମ୍ବିତ ରାତିରେ ଦର୍ଶନ ଦେବେ ମା’। ତେବେ ଭକ୍ତମାନେ ଏଥର ଦର୍ଶନରୁ ବଞ୍ଚିତ ରହିବେ। ଚତୁଃପାର୍ଶ୍ୱ ଆଢ଼ୁଆଳ କରି ମା’ଙ୍କ ପୂଜାର୍ଚନା କରାଯିବ। ତେଣୁ ପୂଜା ଦୃଶ୍ୟକୁ ଉପଭୋଗ ପାଇଁ ଚାହିଁ ରହୁଥିବା ଶ୍ରଦ୍ଧାଳୁମାନଙ୍କ ଦର୍ଶନ ସୁବିଧା ପାଇଁ କିଛି ପୂଜା ମଣ୍ଡପ ସିଧା ପ୍ରସାରଣ ବ୍ୟବସ୍ଥା କରିଛନ୍ତି ।

ରାଜଧାନୀରେ ପାଖାପାଖି ୧୭୦ ପୂଜା ମଣ୍ଡପରେ ମା’ଙ୍କ ପୂଜା ଅନୁଷ୍ଠିତ ହେବ। ପୂଜା ମଣ୍ଡପରେ ଗୁରୁବାରଠାରୁ ବିଲ୍ୱବରଣୀ ହେବ। ଶୁକ୍ରବାର ମହାସପ୍ତମୀ ପୂଜା, ଆଳତି ଓ ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ ରହିଛି । ଶନିବାର ମହାଅଷ୍ଟମୀ ଓ ରବିବାର ମହାନବମୀ ପୂଜାର୍ଚ୍ଚନା କରାଯିବ। ୨୬ରେ ବିଜୟା ଦଶମୀ ଓ ଦେବୀପ୍ରତିମା ବିସର୍ଜନ ଏବଂ ୨୭ରେ ନିରାଡ଼ମ୍ବର ଭସାଣି ଯାତ୍ରା ଅନୁଷ୍ଠିତ ହେବ।

Latest Posts

Don't Miss