spot_img

Latest Posts

Hathras Case: ପରବର୍ତ୍ତୀ ଶୁଣାଣିରେ ନିଲମ୍ବିତ ଏସପିଙ୍କୁ ହାଜର ନିର୍ଦ୍ଦେଶ

ନୂଆଦିଲ୍ଲୀ: ହାଥ୍ରସ ଗଣଦୁଷ୍କର୍ମ ମାମଲାରେ ସିବିଆଇ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏହି ମାମଲାର ଶୁଣାଣି ହୋଇଛି । ଯାହା ପରେ ପ୍ରଶାସନ ତେଜି ଉଠିଛି । ପ୍ରଥମ ଦିନର ଶୁଣାଣି ସମୟରେ ପୀଡିତାଙ୍କ ପରିବାର ପକ୍ଷରୁ କୋର୍ଟରେ ଏକ ବୟାନ ରେକର୍ଡ କରାଯାଇଥିଲା । ଏହା ପରେ କୋର୍ଟ ୟୁପି ପ୍ରଶାସନର ଅବହେଳା ନେଇ ୧୧ ପୃଷ୍ଠାର ଆଦେଶ ଜାରି କରିଛି ।

ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ପୀଡ଼ିତାଙ୍କ ପରିବାର ପାଇଁ କଡ଼ା ସୁରକ୍ଷା ଦିଆଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପରିବାରର ବିନା ଅନୁମତିରେ ମଧ୍ୟରାତ୍ରିରେ ପୀଡିତାଙ୍କ ମୃତଦେହ ପୋଡାଯିବା ନେଇ ପ୍ରଶ୍ନ କରାଯାଇଛି । ଏହି ବିଷୟରେ କୋର୍ଟ ସ୍ଥାନୀୟ ଡିଏମ, ଏଡିଜି ଏବଂ ଅନ୍ୟ ଅଧିକାରୀଙ୍କ ଉପରେ କଡା ମନ୍ତବ୍ୟ ଦେଇଛନ୍ତି । ଏଥି ସହିତ ଡିଏମଙ୍କ ବୟାନ ପରେ କୋର୍ଟ ରେ ଗରମାଗରମ ମାହୋଲ ଦେଖିବାକୁ ମିଳିଥିଲା । କୋର୍ଟ ଡିଏମଙ୍କ ପରିବାରକୁ କହିଛନ୍ତି ଯେ, ଗଣମାଧ୍ୟମ ଆଜି ଅଛି କାଲି ନଥିବ ହେଲେ ସେମାନେ ସେଠାରେ ହିଁ ରହିବେ ।

ଏବେ ଏହି ମାମଲା ନେଇ ଆସନ୍ତା ନଭେମ୍ବର ମାସ ୨ ତାରିଖରେ ଶୁଣାଣି ହେବ । ଏହି ଶୁଣାଣିରେ କୋର୍ଟ ନିଲମ୍ବିତ ଏସପି ବିକ୍ରାନ୍ତ ଭୀରଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ କୋର୍ଟ ଗଣମାଧ୍ୟମ ତଥା ନେତାମାନଙ୍କୁ ଏହି ମାମଲା ନେଇ ନିଜ ନିଜର ବକ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି ।

ଏହା ବ୍ୟତୀତ ମହିଳା ସୁରକ୍ଷାକୁ ନେଇ କଡା ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି । ଏହା ପୂର୍ବରୁ ସୋମବାର ଯେତେବେଳେ କୋର୍ଟରେ ଶୁଣାଣି ହୋଇଥିଲା, ସେତେବେଳେ ୟୁପି ସରକାରଙ୍କ ବଡ ଅଧିକାରୀମାନଙ୍କୁ ନେଇ କୋର୍ଟରେ ପ୍ରଶ୍ନ ଉଠିଥିଲା। କୋର୍ଟ ବରିଷ୍ଠ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ ଯେ, ଯଦି ଜଣେ ଧନୀ ଘରର ଝିଅ ସହ ଏମିତି କିଛି ଘଟିଥାନ୍ତା କିମ୍ବା ପୀଡିତାଙ୍କ ସ୍ଥାନରେ ନିଜ ଝିଅ ଥାଆନ୍ତା, ତାହେଲେ ସେ କଣ ଏମିତି ମଧ୍ୟରାତ୍ରିରେ ପରିବାରର ବିନା ଅନୁମତିରେ ମୃତଦେହ ପୋଡିଥାନ୍ତେ । ତେବେ ଘଟଣାର ଆଗାମୀ ଶୁଣାଣିରେ କୋର୍ଟର ନିଷ୍ପତ୍ତି କଣ ରହିବ ତାହା ଅପେକ୍ଷାରେ ସମଗ୍ର ଦେଶବାସୀ ରହିଛନ୍ତି ।

Latest Posts

Don't Miss