VISUT କୁଳପତିଙ୍କ ବିରୋଧରେ ଅଧ୍ୟାପିକା ଆଣିଲେ ଅସଦାଚରଣ ଅଭିଯୋଗ

VISUT

ସମ୍ବଲପୁର: ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଅଧ୍ୟାପିକା ଓ ଅନ୍ୟ ଜଣେ ଅଧ୍ୟାପକଙ୍କ ସ୍ତ୍ରୀଙ୍କୁ କୁଳପତି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏନେଇ ବୁର୍ଲା ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା ଅଧ୍ୟାପିକା । ଏପରିକି ପୀଡ଼ିତା ଅଧ୍ୟାପିକାଙ୍କ ନାବାଳିକା ଝିଅକୁ ଅପହରଣ କରିନେଇ ଅସଦାଚରଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି ।

VISUT

ସୂଚନା ଅନୁସାରେ ଭିସୁଟରେ କାର୍ଯ୍ୟରତ ଅଧ୍ୟାପକ ସଂଘ କିଛି ଦାବି ନେଇ ଆନ୍ଦୋଳନ କରିଥିଲେ । ମାତ୍ର ଦାବିପୂରଣ ପରିବର୍ତ୍ତେ ପର୍ଯ୍ୟାୟକ୍ରମେ ୬ ଅଧ୍ୟାପିକା ଓ ଅଧ୍ୟାପକଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା । ଏନେଇ ହାଇକୋର୍ଟ ମଧ୍ୟ ଯାଇଥିଲା ସଂଘ । ବହିଷ୍କାର ସଂପର୍କରେ କଥାବାର୍ତ୍ତା ପାଇଁ ପୀଡିତା ଅଧ୍ୟାପିକା କୁଳପତିଙ୍କୁ ଭେଟିବାକୁ ଯାଇଥିବା ବେଳେ, ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

VISUT

ସେହିପରି ଭିସୁଟ ପରିସରରେ ଥିବା ଅନ୍ୟଜଣେ ଅଧ୍ୟାପକଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀଙ୍କୁ ଅସଦାଚରଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଅଭିଯୋଗ କଲେ ବହିଷ୍କାର ପାଇଁ ଧମକ ଚମକ ଦେଉଥିବା ସେ ଅଭିଯୋଗ ଆଣିଛନ୍ତି । ତେବେ ଏତେ ସବୁ ସତ୍ତ୍ୱେ ବି ପୋଲିସ ପକ୍ଷରୁ ସୁରକ୍ଷା ଦିଆଯାଉନଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ।

Leave a Reply