ବିରାଟଙ୍କ ବିଜୟୀ ଇନିଂସ: ୮ ଓ୍ୱିକେଟରେ ମ୍ୟାଚ୍ ଜିତିଲା ବେଙ୍ଗାଲୁରୁ

ଦୁବାଇ: ଶନିବାର ଖେଳାଯାଇଥିବା ଆଇପିଏଲ୍ ୧୪ତମ‌ ମ୍ୟାଚ୍‌ରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏଥିସହିତ ରାଜସ୍ଥାନ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବିଜୟ ସୂଚକ ଅର୍ଦ୍ଧଶତକୀୟ (୭୨) ଇନିଂସ ଖେଳି ଫର୍ମକୁ ଫେରିଛନ୍ତି ବିରାଟ କୋହଲୀ । ପ୍ରଥମ ୩ଟି ଯାକ ମ୍ୟାଚ୍‌ରେ ଫ୍ଲପ ହୋଇଥିବା ବିରାଟ ରାଜସ୍ଥାନ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରି କମବ୍ୟାକ କରିଛନ୍ତି । ବିରାଟଙ୍କ ବ୍ୟତୀତ ଯୁବ ତାରକା ଦେବଦୂତ ପାଡିକ୍କଲ ମଧ୍ୟ ଆକର୍ଷଣୀୟ ଇନିଂସ୍‌ ଖେଳିଛନ୍ତି। ସେ ୬୩ ରନ୍‌ର ଇନିଂସ୍‌ ଖେଳିଥିଲେ ।

IPLT20.com - Indian Premier League Official Website

ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୬ ୱିକେଟ ହରାଇ ୧୫୪ ରନ୍‌ କରିଥିଲା। ଏହାର ଜବାବରେ ବିରାଟଙ୍କ ବେଙ୍ଗାଲୁରୁ ୫ଟି ବଲ ପୂର୍ବରୁ ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ୧୫୫ ରନ୍‌ର ଟାର୍ଗେଟ ପାଇଥିବା ବେଙ୍ଗାଲୁରୁ ଆରମ୍ଭରୁ ଆରୋନ ଫିଞ୍ଚକୁ ହରାଇଥିଲା। ଫିଞ୍ଚ ୮ ରନ୍‌ କରିଥିବା ବେଳେ ଶ୍ରେୟସ ଗୋପାଲଙ୍କ ବଲରେ ଆଉଟ ହୋଇଯାଇଥିଲେ।

କରୋନା ସଂକ୍ରମିତ ଟ୍ରମ୍ପଙ୍କ ସ୍ୱତନ୍ତ୍ର ଚିକିତ୍ସା: ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ନଥିବା ଔଷଧ ଖାଉଛନ୍ତି

ଏହାପରେ କ୍ରିଜ୍‌କୁ ଆସିଥିଲେ ବିରାଟ। ଆରମ୍ଭରୁ ବିରାଟ କ୍ରିଜ୍‌ରେ ତିଷ୍ଟି ରହିବାକୁ ସଂଘର୍ଷ କରିଥିଲେ। ତାଙ୍କ ବ୍ୟାଟରୁ ସେତେଟା ରନ୍‌ ବାହାରି ନଥିଲା। କିନ୍ତୁ ଅନ୍ୟପଟେ ପାଡିକ୍କଲ ତାଙ୍କ ଚିରାଚରିତ ଢଙ୍ଗରେ ଦମଦାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ବିରାଟ ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଦ୍ୱିତୀୟ ୱିକେଟ ପାଇଁ ୯୯ ରନ୍‌ର ଭାଗିଦାରୀ କରିଥିଲେ।

Leave a Reply