ମଣିଷ ଆକାରର ମୂଷାକୁ ଦେଖି ଲୋକଙ୍କ ମଧ୍ୟରେ ଆତଙ୍କ
1 min readମେକ୍ସିକୋ: ମେକ୍ସିକୋର ଏକ ନାଳରୁ ସଫେଇ ବେଳେ ଅଜବ ଘଟଣା ଦେଖିବାକୁ ମିଳିଛି । ଡ୍ରେନ୍ ଭିତରେ ବିରାଟ ମୂଷାକୁ ଦେଖି ପ୍ରଥମେ ସଫେଇ କର୍ମଚାରୀ ଆତଙ୍କିତ ହୋଇ ପଡ଼ିଥିଲେ । ଅରବ ଲିଟର ପାଣିକୁ ଡ୍ରେନରୁ ବାହାର କରାଯାଉଥିବା ବେଳେ ମୂଷା ଦେଖା ଯାଇଥିଲା । ଅଧିକାରୀମାନେ ଯାଞ୍ଚ ପରେ ଜଣାପଡ଼ିଥିଲା ହୈଲୋବାନ ପର୍ବ ପାଳନ ପାଇଁ ଏହି ନକଲି ମୂଷା ପ୍ରସ୍ତୁତ କରାଯାଇଥିଲା । ଭୂଲରେ ମୂଷାଟି ଡ୍ରେନରେ ଖସି ପଡ଼ିଥିଲା ।
A Giant #Rat ? (Halloween Prop) found in #Mexico by sewerage workers who were cleaning 22 tons of trash from the city’s drainage system.
note: not an actual live animal – and is actually a Halloween prop. pic.twitter.com/ISZcpKEON4— Arabian Daily (@arabiandailys) September 23, 2020
ଏହି ବିରାଟ ମୂଷାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହି ମୂଷାଟି ଏତେ ବଡ଼ ଯେ ପାଖଆଖର ଲୋକ ଛୋଟ ଛୋଟ ଦେଖା ଯାଇଥିଲେ । ଭିଡିଓରେ କର୍ମଚାରୀ ନକଲି ମୂଷାକୁ ଧୋଉଥିବା ଦେଖାଯାଉଛି ।
କେତେକ ଲୋକଙ୍କ କହିବା କଥା ମୂଷାଟି ଦେଖିବାକୁ ପୂରା ଅସଲି ଭଳି । ଏତେ ବିରାଟକାୟ ମୂଷା ଫଟୋ ଓ ଭିଡିଓ ଜୋରଦାର ସେୟାର ହେଉଛି । ଜଣେ ମହିଳା ମୂଷାଟିକୁ ନକଲି କହିବା ସହ ନିଜର ବୋଲି ଦାବି କରଛନ୍ତି ।