ରାଜ୍ୟରେ ଗତ ୨୪ଘଣ୍ଟାରେ ୪୧୮୯ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୭୨୧କୁ ବୃଦ୍ଧି
1 min readଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଟେଷ୍ଚିଂ, ଚିହ୍ନଟ ହେଉଛନ୍ତି ଅଧିକ ଆକ୍ରାନ୍ତ। ରାଜ୍ୟରେ ଲଗାତାର ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୪ ହଜାର ୧ ଶହ ୮୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରେ କ୍ୱାରେଣ୍ଟାଇନରୁ ୨ ହାଜର ୪ ଶହ ୫୩ କେସ ଥିବା ବେଳେ ସ୍ଥାନୀୟ ସଂକ୍ରମଣ ରହିଛି ୧୭ ଶହ ୩୬। ସେହିପରି କରୋନା ନେଇଛି ଆଉ ୧୧ ଜୀବନ । ଗତକାଲି ୪୨୪୨ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୧୮୯ ସଂକ୍ରମିତ । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।
Covid-19 Report For 21st September
New Positive Cases: 4189
In quarantine: 2453
Local contacts: 1736(Details of local contacts will be shared by concerned Dist Administration)
District Wise Cases
1. Angul: 107
2. Balasore: 150
3. Bargarh: 128
4. Bhadrak: 34
5. Balangir: 114— I & PR Department, Odisha (@IPR_Odisha) September 22, 2020
ମଙ୍ଗଳବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ୭୧୨ ଓ କଟକରୁ ୫୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୧୦୭ , ବାଲେଶ୍ୱରରୁ ୧୫୦ , ବରଗଡ଼ରୁ ୧୨୮, ଭଦ୍ରକରୁ ୩୪, ବଲାଙ୍ଗୀରରୁ ୧୧୪, ବୌଦ୍ଧରୁ ୭୭, ଦେଓଗଡ଼ରୁ ୧୨, ଢେଙ୍କାନାଳରୁ ୫୪, ଗଜପତିରୁ ୨, ଗଞ୍ଜାମରୁ ୩୫, ଜଗତସିଂହପୁରରୁ ୧୦୪ , ଯାଜପୁରରୁ ୧୮୭, ଝାରସୁଗୁଡ଼ାରୁ ୮୪, କଳାହାଣ୍ଡିରୁ ୧୦୫ , କନ୍ଧମାଳରୁ ୭୪, କେନ୍ଦ୍ରାପଡ଼ାରୁ ୧୨୬ , କେନ୍ଦୁଝରରୁ ୩୩, କୋରାପୁଟରୁ ୬୩, ମାଲକାନଗିରିରୁ ୭୨, ମୟୁରଭଞ୍ଜରୁ ୧୭୪, ନବରଙ୍ଗପୁରରୁ ୭୫, ନୟାଗଡ଼ରୁ ୮୨, ନୂଆପଡ଼ାରୁ ୫୮, ପୁରୀରୁ ୨୬୫ , ରାୟଗଡ଼ାରୁ ୨୯, ସମ୍ବଲପୁରରୁ ୧୧୩, ସୁନ୍ଦରଗଡ଼ରୁ ୨୦୧, ସୋନପୁରରୁ ୯୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 174
23. Nawarangpur: 75
24. Nayagarh: 82
25. Nuapada: 58
26. Puri: 265
27. Rayagada: 29
28. Sambalpur: 113
29. Sonepur: 90
30. Sundargarh: 201
31. State Pool: 243New Recovery: 3704
Cumulative Tested: 2860410
Positive: 188311
Recovered: 149379
Active Case: 38158— I & PR Department, Odisha (@IPR_Odisha) September 22, 2020
ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୮୮ହଜାର ୩୧୧ରେ ପହଞ୍ଚିଛି । ମଙ୍ଗଳବାରେ ରାଜ୍ୟରେ ଆଉ ୧୧ମୁଣ୍ଡ ନେଇଛି କରୋନା । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭୨୧ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଲକ୍ଷେ ୪୯ ହଜାର ୩୭୯ସୁସ୍ଥ ହୋଇଥିବା ବେଳେ ୩୮ ହଜାର ୧୫୮ଟି ସକ୍ରିୟ ମାମଲା ରହିଛି ।