ପିଲାଙ୍କ ଅନଲାଇନ କ୍ଲାସ ପାଇଁ ସ୍ମାର୍ଟଫୋନ ବାଣ୍ଟି ଚର୍ଚ୍ଚାରେ ସୋନୁ
1 min readଚଣ୍ଡିଗଡ଼: କରୋନା ଭୂତାଣୁ ମହାମାରୀ ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗି ସାରିଲାଣି । ଏଭଳି ପରିସ୍ଥିତିରେ ଅନେକ ସ୍ୱେଚ୍ଛାସେବୀ ସଙ୍ଗଠନ ଆଗକୁ ଆସିଛନ୍ତି ଅସହାୟକୁ ସାହଯ୍ୟ କରିବା ପାଇଁ । ସେମାନଙ୍କ ମଧ୍ୟରେ ସୋନୁ ସୁଦ ଜଣେ । ଏହି ମହାମାରୀ ସମୟରେ ସେ ଏକାଧିକ ଗରିବ ଲୋକଙ୍କୁ ସହାୟତା କରିଛନ୍ତି । ପ୍ରବାସୀ ଶ୍ରମିକଙ୍କୁ ଯଥାସମ୍ଭବ ସାହାଯ୍ୟ କରିଛନ୍ତି ।
A wonderful beginning to my day watching all the students get their smartphones to attend their online classes. @Karan_Gilhotra पढ़ेगा इंडिया तभी तो बढ़ेगा इंडिया। ?? n thanks to @HinaRohtaki for bringing this need for the students to our notice. https://t.co/6Pn9QH0o4H
— sonu sood (@SonuSood) August 26, 2020
ସୂଚନାଯୋଗ୍ୟ ସୋନୁଙ୍କୁ ଏକାଧିକ ଲୋକ ଟ୍ୱିଟ କରି ନିଜ ସମସ୍ୟା ବିଷୟରେ ଜଣାଇବା ପରେ ଖୁବଶୀଘ୍ର ସୋନୁ ସେମାନଙ୍କ ସମସ୍ୟା ସମାଧାନ କରିଛନ୍ତି । ନିକଟରେ ୨୦ ହଜାର ଶ୍ରମିକଙ୍କୁ ଘର ଯୋଗାଇବା ପାଇଁ ପ୍ରତିଶୃତି ଦେଇଛନ୍ତି । ତେବେ ବର୍ତ୍ତମାନ ସାମ୍ନାକୁ ଆସିଥିବା ଖବର ଅନୁସାରେ ସୋନୁ କିଛି ପିଲାଙ୍କୁ ଅନଲାଇନ କ୍ଲାସ ପାଇଁ ସ୍ମାର୍ଟଫୋନ ବାଣ୍ଟିଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।
ତେବେ ଅନଲାଇନ କ୍ଲାସ ପାଇଁ ନିକଟରେ ସ୍ମାର୍ଟଫୋନ ନଥିବାରୁ ସମସ୍ୟା ହେଉଥିବା ଜଣେ ସୋନୁଙ୍କୁ ଟ୍ୱିଟ କରିଥିଲା । ଯାହାପରେ ସୋନୁ ଏଭଳି ପଦକ୍ଷେପ ନେଇଛନ୍ତି ।