Corona Recovery Odisha: ରାଜ୍ୟରେ ଲକ୍ଷେ ଟପିଲା କରୋନାରୁ ସୁସ୍ଥଙ୍କ ସଂଖ୍ୟା
1 min readଭୁବନେଶ୍ୱର: ରାଜ୍ୟ ପାଇଁ ଖୁସି ଖବର । ମହାମାରୀ କରୋନା ରାଜ୍ୟରେ ମାଡ଼ି ଚାଲିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଦେଇଛି ଭଲ ଖବର । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୭୮୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛି । ଏଥିସହ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ପାର୍ କରିଛି । ରାଜ୍ୟରେ ଏବେ ଯାଏଁ ୧ ଲକ୍ଷ ୩୧ ହଜାର ୩୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧ ଲକ୍ଷ ୨ ହଜାର ୧୮୫ ଜଣ ସୁସ୍ଥ ହୋଇ ସାରିଲେଣି ।
Happy to share that with the discharge of 2787 #COVID19 patients today, Odisha has crossed one lakh recovered cases of Covid-19!
1145 from Khordha
230 from Cuttack
192 from Puri
153 from Mayurbhanj
115 from Ganjam
78 from Baleswar
76 from Keonjhar
75 from Bargarh
68 from Jajapur— H & FW Dept Odisha (@HFWOdisha) September 8, 2020
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୪୫ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୨୩୦, ପୁରୀ ୧୯୨, ମୟୂରଭଞ୍ଜ ୧୫୩, ଗଞ୍ଜାମ ୧୧୫, ବାଲେଶ୍ୱର ୭୮, କେନ୍ଦୁଝର ୭୬, ବରଗଡ଼ ୭୫, ଯାଜପୁର ଓ କୋରାପୁଟରୁ ୬୮ ଜଣ ଲେଖାଏଁ, ଜଗତସିଂହପୁର ୬୪, ସମ୍ବଲପୁର ୬୨, ଭଦ୍ରକ ୫୪, ଝାରସୁଗୁଡ଼ା ୫୦, ନବରଙ୍ଗପୁର ୪୫, ମାଲକାନଗିରି ୪୧, ସୋନପୁର ୩୬, ଢେଙ୍କାନାଳ ୩୫, ବଲାଙ୍ଗିର ଓ କନ୍ଧମାଳରୁ ୨୮ ଜଣ ଲେଖାଏଁ, ନୂଆପଡ଼ାରୁ ୨୫, ସୁନ୍ଦରଗଡ଼ ୨୩, କଳାହାଣ୍ଡି ଓ ରାୟଗଡ଼ାରୁ ୧୮ ଜଣ ଲେଖାଏଁ, ଗଜପତି ୧୭, କେନ୍ଦ୍ରାପଡ଼ା ୧୫, ନୟାଗଡ଼ ୧୨, ଅନୁଗୁଳ ୯ ଓ ବୌଦ୍ଧରୁ ୭ ଜଣ ଆରୋଗ୍ୟ ଲାଭ କରିଛନ୍ତି ।
In a momentous occasion in our fight against #COVID19, #Odisha has crossed one lakh recoveries. Salute to thousands of health workers and #CovidWarriors who have sacrificed hugely and worked with unflinching dedication to save precious lives. #OdishaFightsBack pic.twitter.com/OYM2G55NWE
— Naveen Patnaik (@Naveen_Odisha) September 8, 2020
ଏବେ ରାଜ୍ୟରେ ୨୮ ହଜାର ୫୭୫ ଜଣ ସକ୍ରିୟ ସଂକ୍ରମିତ ରହିଥିବା ବେଳେ ୫୬୯ ଜଣଙ୍କ ମୃତ୍ୟୁ ହୋଇଛି । କରୋନା ଯୋଦ୍ଧାଙ୍କ ନିରନ୍ତର ଉଦ୍ୟମ ଓ ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନା ଯୋଗୁଁ ଲକ୍ଷେରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇପାରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଖୁସିବ୍ୟକ୍ତ କରିଛନ୍ତି ।