spot_img

Latest Posts

ଜରାସିଂହାରେ ମାଆ ପାଟଖଣ୍ଡାଙ୍କ ଯାତ୍ରା

ବଲାଙ୍ଗୀର : ବଲାଙ୍ଗୀର ଦେଓଗାଁ ବ୍ଲକର ଜରାସିଂହା I ଦୁର୍ଗମ ଅଞ୍ଚଳରେ ପ୍ରବାହିତ  ସୋନଗଡ଼ ନଦୀ I ଗୋଟିଏ ପାର୍ଶ୍ୱରେ ଜନବସତି ଅପର ପାର୍ଶ୍ଵରେ ଦେଝାର ଜଙ୍ଗଲ I ଜଙ୍ଗଲ ଭିତରେ ଏକ ପୁରାତନ ମହୁଲ ଗଛରେ ଅବସ୍ଥାପିତ ମାଆ ପାଟଖଣ୍ଡା ଦେବୀ I ଦେବୀଙ୍କ କୌଣସି ମୂର୍ତ୍ତି ନଥିବା ବେଳେ ପ୍ରତୀକ ସ୍ଵରୂପ ପୂଜା ପାଉଛନ୍ତି ଲୁହାରେ ତିଆରି ଖଣ୍ଡା I ପାଟଣାଗଡ଼ ରାଜା ବସ୍ତ୍ରରାଜ ଦେଓ ୧୨୧୭ ମସିହାରୁ ୧୨୪୬ ରାଜତ୍ବ କାଳରେ ଛତ୍ତିଶଗଡ଼ ବସ୍ତର ରାଜାଙ୍କ ସହ ଯୁଦ୍ଧ ହୋଇଥିଲା I ମାଆ ପାଟଣେଶ୍ୱରୀଙ୍କ ଆଦେଶ କ୍ରମେ ମାଆ ପାଟଖଣ୍ଡା ରାଜାଙ୍କୁ ଯୁଦ୍ଧରେ ବିଜୟୀ ହେବାକୁ ସହଯୋଗ କରିଥିଲେ I କିମ୍ବଦନ୍ତି କହେଲ ସେହିଦିନ ଠାରୁ ମାଆ ପାଟଖଣ୍ଡା ଜରାସିଂହା ଗାଁରେ ପୂଜା ପାଉଛନ୍ତି I ଜରାସିଂହା ଜମିଦାର ମାଆଙ୍କ ପୂଜା ଉପଚାର କରିଆସୁଛନ୍ତି I ପ୍ରତିବର୍ଷ ନବମୀ ତିଥିରେ ପାଟଣାଗଡ ପାଟଣେଶ୍ୱରୀ ମନ୍ଦିରରୁ ପାଟ ସିନ୍ଦୁର ଆସିବା ପରେ ଯାତ୍ରା ଅନୁଷ୍ଠିତ ହୋଇଥାଏ I

ଚାଲିଛି ମାଆ ପାଟଖଣ୍ଡାଙ୍କ ଯାତ୍ରା । ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ପୂଜାରେ ନବମୀ ବିଳମ୍ବିତ ରାତିରେ ପାଟସିନ୍ଦୂର ପହଞ୍ଚିବା ପରେ ଚାଲିଛି ଯାତ୍ରା। ମାଆଙ୍କ ଠାରେ ଲିଆ ଭୋଗ ସହ ଖଣ୍ଡାବସା ଷୋଡ଼ଷ ଉପଚାର ପୂଜା ହୋଇଥାଏ I ମହାସପ୍ତମୀରୁ ପାଟଣାଗଡ଼ ମାଆ ପାଟଣେଶ୍ୱରୀଙ୍କ ମନ୍ଦିରରୁ ପାଟସିନ୍ଦୁର ବାହାରି ଜଙ୍ଗଳ ଭିତର ଦେଇ ଜରାସିଂହା ଦେଝାର ଜଙ୍ଗଲରେ ପହଞ୍ଚିଥାଏ I ଜଣେ ଦେହୁରୀ ଓ ସହାୟକ ପାଟସିନ୍ଦୁର ଧରି ଖାଲି ପାଦରେ ଚାଲିଚାଲି ଆସିଥାନ୍ତି I ଗାଁ ଜମିଦାରଙ୍କ ସହ ଦେହୁରୀ, ସେବାୟତ ଓ ଗ୍ରାମବାସୀ ସିନ୍ଦୂରଙ୍କୁ ସ୍ୱାଗତ କରି ମାଆଙ୍କ ମନ୍ଦିରକୁ ଆଣିବା  ପରେ ଆରମ୍ଭ ହୁଏ ଯାତ୍ରା । ପାଟଖଣ୍ଡାଙ୍କୁ ସାକ୍ଷାତ ଦେବୀ ବୋଲି ଲୋକଙ୍କ ବିଶ୍ବାସ ରହିଛି I ମାଙ୍କୁ ଦର୍ଶନ କରି ମାନସିକ କଲେ ଅପୃତିକ ପୁତ୍ର ଲାଭ କରିଥାଏ, ମାନସିକ ସନ୍ତୁଳନ ହରାଇଥିବା ଲୋକ ସୁସ୍ଥ ହୋଇଥାଏ ବୋଲି ବିଶ୍ୱାସ ରହିଛି I ତେଣୁ କରି ହଜାର ହଜାର ଭକ୍ତ ମାଆଙ୍କ ଶରଣରେ ଅଧିଆ ପଡିଥାନ୍ତି  I

Latest Posts

Don't Miss