ଭୁବନେଶ୍ୱରରେ ୧୧ ହଜାର ପାର କରୋନା ସଂକ୍ରମଣ, ସୁସ୍ଥ ହେଲେ ନୂଆ ୩୦୦ କରୋନା ରୋଗୀ
1 min readଭୁବନେଶ୍ୱର: ରାଜ୍ୟ ସହ ରାଜଧାନୀରେ ବଢ଼ିବାକୁ ଲାଗିଛି କରୋନା ସଂକ୍ରମଣ । ବୁଧବାର ଖୋର୍ଦ୍ଧା ଜିଲ୍ଲାରୁ ଦିନକରେ ସର୍ବାଧିକ ୭୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ କେବଳ ୫୪୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୨୨୦ ଜଣ ଚିହ୍ନଟ ହୋଇଥିବା ବେଳେ ୩୨୧ ରହିଛି ଲୋକାଲ କଣ୍ଟାକ୍ଟ ।
Update on newly detected & cured #COVID19 cases in the last 24 hrs under the BMC area on 2nd Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/Rm5xJsC5Lm— BMC (@bmcbbsr) September 2, 2020
ତେବେ ନୂଆ ସଂକ୍ରମଣ ଚିହ୍ନଟ ପରେ ଭୁବନେଶ୍ୱରରେ ମୋଟ ୧୧ ହଜାର ୨୭୩ କରୋନ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ହଜାର ୯୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଭୁବନେଶ୍ୱରରେ ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୨୮୨ ଜଣ ସକ୍ରିୟ ରହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ସୁସ୍ଥ ସଂଖ୍ୟା ମଧ୍ୟ ରାଜଧାନୀରେ ବଢ଼ିବାକୁ ଲାଗିଛି । ବୁଧବାର ୩୦୦ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତ ।