କଂଗ୍ରେସ ପାଇଁ ନୂଆ ମୁଣ୍ଡବିନ୍ଧା, ଟ୍ୱିଟରରେ ଆସୁଛି CWC ବୈଠକର ଧାରା ବିବରଣୀ

1 min read

ନୂଆଦିଲ୍ଲୀ: କଂଗ୍ରେସରେ ନେତୃତ୍ୱକୁ ନେଇ ଯୁଦ୍ଧ ଚାଲିଛି । ପୁରୁଣା ସିପାହୀ ଚାହୁଁଛନ୍ତି ଏମିତି ଜଣେ ନେତା ଯିଏ ସବୁବେଳେ ଦଳକୁ ସମୟ ଦେଇ ପାରିବ । ରାହୁଲ ଓଲ୍ଡ ଗାର୍ଡଙ୍କୁ ଏଥିପାଇଁ ଟାର୍ଗେଟ୍ କରିଥିବା ଖବର ଆସୁଛି । କିଛି ବରିଷ୍ଠ ନେତା ବିଜେପି ପାଇଁ କାମ କରୁଥିବା ରାହୁଲ ଅଭିଯୋଗ କରିବା ପରେ କଂଗ୍ରେସର ବରିଷ୍ଠ ନେତାଙ୍କ ତୀବ୍ର ପ୍ରତିକ୍ରିୟା ଆସୁଛି । ଫଳରେ ମିଟିଂର ଗୋପନୀୟତାକୁ ନେଇ ପ୍ରଶ୍ନ ଉଠିଛି ।

ସୂଚନା ଲିକ୍ ଆଶଙ୍କା କରି କଂଗ୍ରେସ ଆଜିର ଭର୍ଚୁଆଲ ମିଟିଂ ଜୁମ୍ ଆପରେ କରିନଥିଲା । ଏଥିପାଇଁ କଂଗ୍ରେସ Cisco WebEX ଆପ୍ ବ୍ୟବହାର କରୁଛି । ଏହି ଆପ୍ ଜରିଆରେ ମିଟିଂରେ ଭାଗ ନେଇଥିବା ବ୍ୟକ୍ତି କେବଳ ନିଜ ଭିଡିଓ ରେକର୍ଡ କରିପାରିବେ । ପୁରା ମିଟିଂର ଆଲୋଚନାକୁ ରେକର୍ଡ କରିପାରିବେ ନାହିଁ । କାଳେ ପୁରା ମିଟିଂର ଭିଡିଓ ଲିକ୍ ହୋଇଯିବ,ଏହି ଭୟରେ କଂଗ୍ରେସ ଜୁମ୍ ଆପ୍ ବ୍ୟବହାର କରିନଥିଲା । କିନ୍ତୁ ଏବେ ଯେଉଁ ଭୟ ଥିଲା ତାହା ସତ ହେବାରେ ଲାଗିଛି । ଏବେ କଂଗ୍ରେସ ଭିତରେ ଚାଲିଥିବା ଘର କଳି ଦାଣ୍ଡକୁ ଆସି ସାରିଲାଣି ।

divya-spandana

କଂଗ୍ରେସର ପୂର୍ବତନ ସୋସିଆଲ ମିଡିଆ ମୁଖ୍ୟ ଦିବ୍ୟ ସ୍ପନ୍ଦନା ଅଭିଯୋଗ କରିଛନ୍ତି ଯେ, ନେତୃତ୍ୱ ପରିବର୍ତ୍ତନ ପାଇଁ ପତ୍ର ଲେଖିଥବା ନେତା ମାନେ କେବଳ ମିଡିଆକୁ ଚିଠି ଲିକ୍ କରିନଥିଲେ ,ସେମାନେ ଏବେ ଚାଲୁଥିବା କାର୍ଯ୍ୟସମିତି ବୈଠକର ପ୍ରତି ମିନଟ୍ ତଥ୍ୟ ମିଡିଆକୁ ଦେଉଛନ୍ତି । ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ କେବଳ ଗୋଟିଏ ଭୁଲ କରିଛନ୍ତି । ଏହି ନେତା ମାନଙ୍କର ବିଜେପି ସହ ସଂପର୍କ ଅଛି ବୋଲି ରାହୁଲ ନକହି ସେମାନଙ୍କର ମିଡିଆ ସହ ମଧ୍ୟ ସଂପର୍କ ରହିଛି ବୋଲି ରାହୁଲ କହିବାର ଥିଲା ।

inc cwc

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୧୦ ତାରିଖ ଦିନ ସୋନିଆ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବେ ୧ ବର୍ଷ ପୁରଣ କରିଛନ୍ତି । ଏହା ମଧ୍ୟରେ କଂଗ୍ରେସର କିଛି ବରିଷ୍ଠ ନେତା ଏକ ପତ୍ର ଲେଖିଥିଲେ । ପତ୍ରରେ ଦଳ ଜଣେ ପୂର୍ଣ୍ଣକାଳିକ ଅଧ୍ୟକ୍ଷ ଆବଶ୍ୟକ କରେ ବୋଲି ଉଲ୍ଲେଖ ଥିଲା । ଯାହାକୁ ନେଇ ଆଜି ବୈଠକ ଆରମ୍ଭରୁ ହଙ୍ଗାମା ହୋଇଥିଲା ।  ବୈଠକରେ ରାହୁଲ ପତ୍ର ଲେଖିଥିବା ୨୩ ଜଣ ବରିଷ୍ଠ ନେତାଙ୍କର ବିଜେପି ସହିତ ସଂପର୍କ ରହିଛି ବୋଲି ଅଭିଯୋଗ କରିଥିଲେ । ଏହା ସହିତ ସେ ପତ୍ରର ଟାଇମିଂକୁ ନେଇ ପ୍ରଶ୍ନ ଉଠାଇଥିଲେ । ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବା ବେଳେ ଏଭଳି ପତ୍ର ଲେଖାଯିବା ଉଚିତ  ନଥିଲା ବୋଲି ସେ କହିଥିଲେ । ଯାହାକୁ ନେଇ କପିଲ ସିବଲ ଓ ଗୁଲାମ ନବୀ ଆଜାଦ କଡା ଯବାବ ଦେଇଛନ୍ତି । ଗୁଲାମ ନବୀ କହିଛନ୍ତି ଯେ, ଯଦି ତାଙ୍କର ବିଜେପି ସହିତ ସଂପର୍କ ଅଛି ତେବେ ସେ ତୁରନ୍ତ ଇସ୍ତଫା ଦେବେ ।

 

 

Leave a Reply