ରାଜସ୍ୱ ବିପର୍ଯ୍ୟୟ ଓ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଅଜୟ କୁମାର ଦାସ ଗିରଫ

Ajay Kumar Das

ଭୁବନେଶ୍ୱର: ରାଜସ୍ୱ ବିପର୍ଯ୍ୟୟ ଓ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କୁ ଗିରଫ କରିଛି ପୋଲିସ । ବୁଧବାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ଚଢ଼ାଉ କରିଥିଲା । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ତାଙ୍କୁ ଗିରଫ କରାଯାଇଛି ।

ବୁଧବାର ସକାଳୁ ସକାଳୁ ୫ଟି ଟିମ ରେଡ୍‌ କରିଛି । ଅଜୟଙ୍କ ଘର ସମେତ ୬ଟି ସ୍ଥାନରେ ଛାପା ମାରିଥିଲା ଭିଜିଲାନ୍ସ । ଟଙ୍କପାଣି ରୋଡ଼ ରତ୍ନାକର ବାଗ ଲେନରେ ଥିବା ପୈତୃକ ଓ ଆବାସିକ ଘରେ ଚଢ଼ାଉ କରିଥିଲା । ସେହିପରି ପଟିଆରେ ଥିବା ଫ୍ଲାଟ, ନୂଆଗାଁରେ ଥିବା ଆଉଟ ହାଉସ, ବାଲେଶ୍ୱରରେ ଥିବା ଦୁଇ ମହଲା ଘରେ ମଧ୍ୟ ଚଢ଼ାଉ କରିଥିଲା ଟିମ୍‌ । ତାଙ୍କ ନାଁରେ ଥିବା ୩ଟି ଫ୍ଲାଟକୁ ଠାବ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱରରେ ୨ଟି ଓ ପୁରୀରେ ଗୋଟେ ଫ୍ଲାଟ ରହିଛି । ତାଙ୍କର ୩ଟି ଯାକ ଫ୍ଲାଟକୁ ଜବତ କରାଯାଇଛି ।

VIGIlance Raid

ସବୁଠାରୁ ବଡ଼ କଥା ହେଲା ଆଉ ଦୁଇ ମାସପରେ ଅବସର ନେଇଥାନ୍ତେ ସଚିବ ଅଜୟ ଦାସ । ତେବେ କେମିତି ସେ ଏତେ ଟଙ୍କାର ଅଧିକାରୀ ହେଲେ ତାକୁ ନେଇ ତଦନ୍ତ କରୁଛି ଭିଜିଲାନ୍ସ । ଭୁବନେଶ୍ୱରରେ ଥିବା ବ୍ୟାଙ୍କ ଲକରକୁ ମଧ୍ୟ ନିଜ ତଦନ୍ତର ଅଧିନକୁ ନେଇଥିଲା । ବିଭିନ୍ନ ଦିଗରୁ ତଦନ୍ତ କରିବା ପରେ ଗୁରୁବାର ତାଙ୍କୁ ଗିରଫ କରିଛି ପୋଲିସ ।

Leave a Reply