ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୪୪ହଜାର ପାର୍
1 min readଭୁବନେଶ୍ୱର: ଦିନକରେ ନୂଆ ନୂଆ ରେକର୍ଡ କରୁଛି କରୋନା । ଦିନ ଯେତେ ବଢୁଛି ରାଜ୍ୟରେ ସେତେ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଶନିବାରରେ ୧୬୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଶତାଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଏବେ ଦିନକରୋ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯଦିଓ ପୂର୍ବରୁ ସ୍ଥାନୀୟ ସଂକ୍ରମଣ କମ ରହୁଥିଲା କିନ୍ତୁ ଏବେ ବଢୁଥିବା ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୬୪୩ ସଂକ୍ରମିତ ଚିନ୍ତା ବଢାଇଛି । ଏଥିମଧ୍ୟରୁ ୧୦୧୮ ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୬୨୫ ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।
Covid-19 Report For 7th August
New Positive Cases: 1643
In quarantine: 1018
Local contacts: 625(Details of local contacts will be shared by concerned District Administration)
District Wise Cases
1. Angul: 16
2. Balasore: 73
3. Bargarh: 7
4. Bhadrak: 2
5. Balangir: 43— I & PR Department, Odisha (@IPR_Odisha) August 8, 2020
ଶନିବାରରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଓ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । ୨୪ଘଣ୍ଟାରେ ଖୋର୍ଦ୍ଧା ଓ ଗଞ୍ଜାମରୁ ୨୭୪ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହି ଭଳି ଅନୁଗୁଳରୁ ୧୬, ବାଲେଶ୍ୱରରୁ ୭୩, ବରଗଡ଼ରୁ ୭, ଭଦ୍ରକରୁ ୨, ବଲାଙ୍ଗୀରରୁ ୪୩, ବୌଦ୍ଧରୁ ୭ , କଟକରୁ ୯୮, ଢେଙ୍କାନାଳରୁ ୩୬, ଗଜପତିରୁ ୩୫, ଜଗତସିଂହପୁରରୁ ୨୧, ଯାଜପୁରରୁ ୩୬, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୩୦ , କନ୍ଧମାଳରୁ ୫୨, କେନ୍ଦ୍ରାପଡ଼ାରୁ ୧୪, କେନ୍ଦୁଝରରୁ ୩, କୋରାପୁଟ ୫୦, ମାଲକାନଗିରିରୁ ୨୭, ମୟୁରଭଞ୍ଜରୁ ୩୯, ନବରଙ୍ଗପୁରରୁ ୫, ନୟାଗଡ଼ରୁ ୪୦, ନୂଆପଡ଼ାରୁ ୧, ପୁରୀରୁ ୯୨, ରାୟଗଡ଼ାରୁ ୧୩୬, ସମ୍ବଲପୁରରୁ ୧୧୨, ସୁନ୍ଦରଗଡ଼ରୁ ୧୧୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
6. Boudh: 7
7. Cuttack: 98
8. Dhenkanal: 36
9. Gajapati: 35
10. Ganjam: 274
11. Jagatsinghpur: 21
12. Jajpur: 36
13. Jharsuguda: 2
14. Kalahandi: 30
15. Kandhamal: 52
16. Kendrapada: 14
17. Keonjhar: 3
18. Khurda: 274
19. Koraput: 50
20. Malkangiri: 27
21. Mayurbhanj: 39— I & PR Department, Odisha (@IPR_Odisha) August 8, 2020
୨୮ଟି ଜିଲ୍ଲାରୁ ୧୬୪୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରେ କ୍ୱାରେଣ୍ଟାଇନରୁ ୧୦୧୮ ଓ ଲୋକାଲ କେସ ୬୨୫ ରହିଛି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୪,୧୯୩ରେ ପହଞ୍ଚିଛି । ରାଜ୍ୟରେ ଆଜି କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୭ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୮ ହଜାର ୬୯୭ ସୁସ୍ଥ ହୋଇଥିବା ବେଳେ ୧୫ ହଜାର ୧୮୯ଟି ସକ୍ରିୟ ମାମଲା ରହିଛି ।