ରାଜ୍ୟରେ ୨୩ ଜିଲ୍ଲାରୁ ୬୭୩ କରୋନା ପଜିଟିଭ ଚିହ୍ନଟ… କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୪୪୬ ଓ ଲୋକାଲ୍ କେସ ୨୨୭
1 min readଭୁବନେଶ୍ୱର: ସୋମବର ରାଜ୍ୟରୁ ୨୩ ଜିଲ୍ଲାରୁ ୬୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୮୧୧୦କୁ ବୃଦ୍ଧି ହୋଇଛି । ଏହା ସହ କରୋନା ମୃତ୍ୟୁ ସଂଖ୍ୟା ୯୭କୁ ବୃଦ୍ଦି ହୋଇଛି । ରାଜ୍ୟରେ ଆଜି ୬ ଜଣଙ୍କ ମୁଣ୍ଡ ନେଇଛି କରୋନା ଭୂତାଣୁ ।
Covid-19 Report For 19th July
New Positive Cases: 673
In Quarantine: 446
Local Contacts: 227(Details of local contacts will be shared by concerned District Administration)
Dist Wise Cases
1. Angul: 4
2. Balasore: 13
3. Bargarh: 22
4. Bhadrak: 58
5. Cuttack: 32— I & PR Department, Odisha (@IPR_Odisha) July 20, 2020
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୪୬ ଓ ଲୋକାଲ୍ କେସ୍ ୨୨୭ଜଣ ସଂକ୍ରମିତ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୨୩୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଓ ଭଦ୍ରକରୁ ୫୮ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ କନ୍ଧମାଳରୁ ୪୪, ବରଗଡ଼ରୁ ୨୨, ଜଗତସିଂହପୁରରୁ ୩୬, କଟକରୁ ୩୨, ଯାଜପୁରରୁ ୨୮, କେନ୍ଦୁଝରରୁ ୨୪, କୋରାପୁଟରୁ ୪୧, ଗଜପତିରୁ ୧୫, ଝାରସୁଗୁଡ଼ାରୁ ୧୪, ବାଲେଶ୍ୱରରୁ ୧୩, ସୁନ୍ଦରଗଡ଼ରୁ ୧୧, ଢେଙ୍କାନାଳରୁ ୧୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
22. Sonepur: 4
23. Sundargarh: 11New Recoveries: 515
Cumulative Tested: 393602
Positive: 18110
Recovered: 12452
Active Cases: 5533— I & PR Department, Odisha (@IPR_Odisha) July 20, 2020
କେନ୍ଦ୍ରାପଡ଼ା, ନାୟଗଡ଼, ମାଲକାନିଗିରି, ସୋନପୁର ପୁରୀ ଓ ଅନୁଗୁଳରୁ ୪ଜଣ ଲେଖାଏଁ ଓ ସମ୍ବଲପୁରରୁ ୩ଜଣ ଓ ମୟୂରଭଞ୍ଜରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ୫୫୩୩ ଆକ୍ଟିଭ କେସ ରହିଥିବାବେଳେ ୧୨୪୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।