ଫରଓ୍ୱାର୍ଡ ପୋଷ୍ଟରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସ୍ଥିତି ସମୀକ୍ଷା: କହିଲେ, ବାହାଦୁର ସୈନିକ ଦେଶର ଗର୍ବ
1 min readଲଦାଖ: ଦୁଇ ଦିନିଆ ଲଦାଖ ଏବଂ ଜାମ୍ମୁ ଓ କାଶ୍ମୀର ଗସ୍ତରେ ଯାଇ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କୁପୱାଡା ନିକଟ ଏଲଓସି ସ୍ଥିତି ସମୀକ୍ଷା କରିବା ସହ ଯବାନଙ୍କୁ ଉତ୍ସାହିତ କରିଛନ୍ତି । ଏଲଓସିରେ ମୁତୟନ ଯବାନ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା ବେଳେ ବାହାଦୁର ସିପାହୀ ଦେଶର ଗର୍ବ ବୋଲି କହିବା ସହିତ ପ୍ରତିକୂଳ ପରିସ୍ଥିତିରେ ସେମାନଙ୍କ ଦେଶସେବାକୁ ସଲାମ କରିଛନ୍ତି ।
ଏହାପୂର୍ବରୁ ସେ ଅମରନାଥ ଯାଇ ବାବା ବର୍ଫାନିଙ୍କ ଦର୍ଶନ କରିଥିଲେ । ଦୁଇ ଦିନିଆ ଲଦାଖ ଏବଂ ଜାମ୍ମୁ ଓ କାଶ୍ମୀର ଗସ୍ତରେପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆଜି କୁପୱାଡ଼ା ଫରୱାର୍ଡ ପୋଷ୍ଟ ଯାଇ ଏଲଓସି ସ୍ଥିତି ସମୀକ୍ଷା କରିବା ସହ ଯବାନଙ୍କୁ କରିଛନ୍ତି ଉତ୍ସାହିତ । ସୀମାରେ ମୁତୟନ ବାହାଦୁର ଯବାନଙ୍କ ସହ ଆଲୋଚନା ବେଳେ ଦେଇଛନ୍ତି ସାବାସି ।
କହିଛନ୍ତି, ଦେଶ ପାଇଁ ଉତ୍ସର୍ଗୀକୃତ ବୀର ଯବନା ଦେଶର ଗର୍ବ । ଯବାନମାନେ ପ୍ରତିକୂଳ ପରିସ୍ଥିତିରେ ରହି ମଧ୍ୟ ଦେଶ ରକ୍ଷାରେ ବ୍ରତୀ । ଦେଶ ସେମାନଙ୍କ ବାହାଦୁରୀକୁ ସଲାମ କରୁଛି । ଏହା ପୂର୍ବରୁ ରାଜନାଥ ଅମରନାଥ ମନ୍ଦିର ଗସ୍ତ କରି ବାବା ବର୍ଫାନିଙ୍କ ଦର୍ଶନ କରିବା ସହିତ ମନ୍ଦିରରେ ଘଣ୍ଟାଏ କାଳ ଅତିବାହିତ କରିଥିଲେ । ବାବାଙ୍କ ଦର୍ଶନ କରି ସେ ଆଶୀର୍ବାଦ ଲାଭ କରିଛନ୍ତି ବୋଲି କହିଛନ୍ତି ରାଜନାଥ ।
ଏହି ଅବସରରେ ତାଙ୍କ ସହ ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଓ ସେନା ମୁଖ୍ୟ ଜେନେରାଲ ଏମ ଏମ ନରୱାଣେ ଉପସ୍ଥିତ ଥିଲେ । ଶୁକ୍ରବାର ରାଜନାଥ ପ୍ରଥମେ ଲଦାଖରେ ପହଞ୍ଚି ଏଲଏସିରେ ସ୍ଥିତି ସମୀକ୍ଷା କରିବା ସହ ଯବାନଙ୍କୁ ସମ୍ବୋଧିତ କରିଥିଲେ । ଭାରତର ଇଞ୍ଚେ ଜମି କେହି ଛଡାଇ ନେଇପାରିବେ ନାହିଁ ବୋଲି କହିବା ସହ ସବୁ ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ କରାଯିବ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ପରେ ପ୍ରଥମ ଥର ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତ କରିଥିଲେ ।
https://www.facebook.com/NandighoshaTV/videos/836511276878406/