ସଂକଟ ସମୟରେ ସଉକ: ସୁନାର ମାସ୍କ ପିନ୍ଧି ଚର୍ଚ୍ଚାରେ କଟକର ଗୋଲ୍ଡମ୍ୟାନ୍
1 min readକଟକ: ସଙ୍କଟ ସମୟରେ ସଉକ । କରୋନା ସମୟରେ ମାସ୍କ ପିନ୍ଧିବା ଜରୁରୀ ହୋଇପଡ଼ିଥିବାବେଳେ ସିଲଭର ସିଟିର ଗୋଲ୍ଡମ୍ୟାନଙ୍କ ପାଇଁ ଏହା ସଉକିରେ ପରିଣତ ହୋଇଛି । ଆପଣ ଜାଣିଥିବେ, ମାସ୍କ ଟ୍ରେଣ୍ଡରେ ସାମିଲ ହୋଇ ସାରିଛି ସୁନା ମାସ୍କ । ବମ୍ବେର ଜଣେ ବ୍ୟକ୍ତି ସୁନା ମାସ୍କ ପିନ୍ଧି ଚର୍ଚ୍ଚାର ପରିଧିକୁ ଆସି ସାରିଥିବାବେଳେ ଓଡ଼ିଶାକୁ ବି ସୁନା ମାସ୍କ ଆସିସାରିଛି । କରୋନା ସଙ୍କଟ ସମୟରେ ସୁନା ମାସ୍କ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି କଟକ କେଶରପୁର ଅଞ୍ଚଳର ବ୍ୟବସାୟୀ ଆଲୋକ ମହାନ୍ତି । ଏନ୍-95 ମାସ୍କ ଉପରେ ୧୦୦ ଗ୍ରାମ ସୁନାର ତାରକସି କାମ ହୋଇଛି । ଏହି ମାସ୍କ ତିଆରି ପାଇଁ ୨୦ରୁ ୨୨ ଦିନ ଲାଗିଥିବାବେଳେ ଖର୍ଚ୍ଚ ହୋଇଛି ପାଖାପାଖି ସାଢେ ୩ ଲକ୍ଷ ଟଙ୍କା । ସୁନାର ଅଳଙ୍କାର ପିନ୍ଧିବାରେ ସେ ବଲିଉଡ ଗାୟକ ବାପି ଲହରୀଙ୍କଠାରୁ ପ୍ରଭାବିତ ହୋଇଛନ୍ତି । ସେଥିପାଇଁ ଗୋଲଡ଼ ମ୍ୟାନ ଭାବେ ସେ ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା ।