spot_img

Latest Posts

ଆଜି ଖୋଲିବ ହୀରାକୁଦ ଗେଟ୍…. ସକାଳ ୧୦ ଟା ପରେ ଯେ କୈାଣସି ସମୟରେ ଛଡାଯିବ ବନ୍ୟାଜଳ

ସମ୍ବଲପୁର: ଆଜି ଖୋଲିବ ହୀରାକୁଦ ଗେଟ୍‌। ସକାଳ ୧୦ ଟା ପରେ କୈାଣସି ମୁହୂର୍ତ୍ତରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ। ଏନେଇ ହୀରାକୁଦ ବନ୍ଧର ମୁଖ୍ୟ ଯନ୍ତ୍ରୀ ପୂର୍ବରୁ ସତର୍କ ସୂଚନା ଜାରି କରିଥିଲେ ।

ଏହି ସମୟରେ ମହାନଦୀ ଭିତରକୁ ଲୋକଙ୍କୁ ନଯିବାକୁ ବନ୍ଧ ପକ୍ଷରୁ ସତର୍କ କରି ଦିଆଯାଇଛି। ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା ଏବଂ ଛତିଶଗଡ଼ର ୪ଟି ବ୍ୟାରେଜରୁ ପାଣି ଛଡାଯିବା ପରେ ବନ୍ୟାପାଣି ପହଞ୍ଚି ହୀରାକୁଦର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।

ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ୬୧୬.୪୫ ଫୁଟ୍‌ ରହିଛି। ସେହିପରି ପ୍ରତି ସେକେଣ୍ଡରେ ହୀରାକୁଦ ଜଳଭଣ୍ଡାରକୁ ୬୭ ହଜାର ୧୧୧ ଘଟଫୁଟ୍‌ ଜଳ ପ୍ରବେଶ କରୁଥିବା ବେଳେ ସେକେଣ୍ଡ ପ୍ରତି ୧୬ ହଜାର ୨୧୩ ଘଟଫୁଟ ଜଳ ନିଷ୍କାସିତ ହେଉଛି।

ତେବେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ଛଡାଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଜିଲ୍ଲାପାଳ। ଜିଲ୍ଲାର ସମସ୍ତ ନଦୀବନ୍ଦ ସୁରକ୍ଷିତ ଅଛି। ତେଣୁ ବନ୍ୟାପାଇଁ ଚିନ୍ତା କରିବାର କିଛି କାରଣ ନାହିଁ। ସେହିପରି ବାଲିଯାତ୍ରା ପଡିଆ ପୋତା ଯାଇଥିଲେ ସୁଦ୍ଧା ସେଠାରେ ବନ୍ୟାଜଳ ନେଇ କିଛି ସମସ୍ୟା ହେବନି ବୋଲି ଜିଲ୍ଲାପାଳ କହିଛନ୍ତି।

Latest Posts

Don't Miss