ଲଦାଖ ସୀମାରେ ଗୀତ ଗାଉଥିବା ଯବାନଙ୍କ ଭିଡିଓ ସେୟାର କରି ଭାବୁକ ହେଲେ ରବୀନା
1 min readମୁମ୍ବାଇ: ଅଭିନେତ୍ରୀ ରବୀନା ଟଣ୍ଡନ ନିଜ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସୀମାରେ ମୁତୟନ ଥିବା ସୈନିକମାନେ ଭିଡିଓରେ ଗୀତ ଗାଉଥିବା ଦେଖିବାକୁ ମିଳିଛି । ଏହି ଭାବୁକ ଗୀତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ଗୀତ ଗାଇ ସୈନିକ ଜଣକ ବାୟୁକୁ ତାଙ୍କ ବାର୍ତ୍ତା ତାଙ୍କ ମାଆଙ୍କ ପାଖରେ ପହଂଚାଇବାକୁ ନିବେଦନ କରିଛନ୍ତି । ସୀମାରେ ମୁତୟନ ଥିବା ସୈନିକ ଗୀତ ଗାଉଥିବା ବେଳେ ଭିଡିଓରେ ତାଙ୍କ ସହିତ ନଜର ଆସୁଛନ୍ତି ତାଙ୍କ ସାଥୀ ସୈନିକ । । ଭିଡିଓରେ, ଜଣେ ସର୍ଦ୍ଦାର ସୈନିକ ଖୁବ ଭଲ ସ୍ୱରରେ ଗୀତ ଗାଉଛନ୍ତି । ଗୀତରେ ସେ ଗାଲବାନ୍ ଘାଟିରେ ଚୀନ୍ ସୈନିକମାନଙ୍କ ସହ ସଂଘର୍ଷରେ ଶହୀଦ ହୋଇଥିବା ୨୦ ଜଣ ଭାରତୀୟ ସୈନିକଙ୍କ ବିଷୟରେ ମଧ୍ୟ କହିଛନ୍ତି।
Tears in my eyes and a lump in my throat… the true sons of the soil.. my Veers , my brothers, my loves… talent in the viens and junoon for their motherland…♥️♥️♥️♥️♥️ I love you Veera, wherever you may be … pic.twitter.com/fqP1oC9UmR
— Raveena Tandon (@TandonRaveena) June 23, 2020
ରବୀନା ଟଣ୍ଡନ୍ ଏହି ଗୀତର ଭିଡିଓ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଏହି ଗୀତ ଶୁଣିବା ପରେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା । ଆମ ମାଟିର ପୁଅ, ହିରୋ, ଭାଇମାନଙ୍କୁ ସେ ନିଜ ଭଲ ପାଇବା ଜଣାଇଛନ୍ତି । ଦେଶ ପାଇଁ ଥିବା ଭକ୍ତି ମାତୃଭୂମି ପ୍ରତି ଆଗ୍ରହକୁ ସେ ନିଜ ପ୍ରତିଭା ଦ୍ୱାରା ପ୍ରକାଶ କରିଛନ୍ତି । ବୀରପୁତ୍ରମାନଙ୍କୁ ସେ ଭଲରେ ରହିବା ପାଇଁ କହିଛନ୍ତି ଓ ନିଜ ଭଲ ପାଇବା ଜଣାଇଛନ୍ତି ।
ଭିଡିଓରେ ସୈନିକ ଜଣକ ପଞ୍ଜାବୀ ଭାଷାରେ ଗୀତ ଗାଉଛନ୍ତି । ଗୀତ ଗାଇ ପବନ ମାଧ୍ୟମରେ ନିଜ ମାଆକୁ ଆଶ୍ୱାସନା ଦେଉଛନ୍ତି ଯେ, ତାଙ୍କ ବିଷୟରେ ଚିନ୍ତା ନକରି ଭଲରେ ରୁହନ୍ତୁ । ଗୀତ ମାଧ୍ୟମରେ ସେ କହିଛନ୍ତି ଯେ, ୨୦ ସୈନିକ ସାଥୀ ଶହୀଦ ହେବା ପରେ ଦେଶ ପାଇଁ ସେମାନଙ୍କ ଦାୟିତ୍ୱ ଆହୁରି ବଢିଯାଇଛି । ମାଆଙ୍କ ଆର୍ଶିବାଦ ସର୍ବଦା ସେମାନଙ୍କ ସହ ରହୁ ବୋଲି ସେ କାମନା କରିଛନ୍ତି । ନିଜ ଦେଶର ସେମାନେ ଖୁବ ଭଲ ଭାବେ ଧ୍ୟାନ ରଖିବେ କାରଣ ମୃତ୍ୟୁକୁ ସେମାନେ ଡରନ୍ତି ନାହିଁ । ଏହି ଗୀତ ଶୁଣି ଅନେକ ଲୋକଙ୍କ ଲୋମ ଟାଙ୍କୁରି ଉଠିଥିଲା ।