ବଢ଼ୁଥିବା ଆତ୍ମହତ୍ୟାର କାରଣ ବଦଳୁଥିବା ଲାଇଫ୍‌ ଷ୍ଟାଇଲ୍‌ ଓ ଅତ୍ୟଧିକ ଚାପ

1 min read

ବଦଳୁଛି ଲାଇଫ୍‌ ଷ୍ଟାଇଲ୍‌, ବଢୁଛି ଟେନ୍‌ସନ୍‌ । କିଏ କ୍ୟାରିଅର ପଛରେ ଦୌଡୁଛି । କାହାକୁ ଘାରିଛି ଟଙ୍କା ରୋଜଗାରରେ ଚିନ୍ତା । ଆଶା ପୂରଣ ନହେଲେ ଶେଷରେ ଆତ୍ମହତ୍ୟାକୁ ବାଛୁଛି ମଣିଷ । ବଦଳୁଥିବା ଲାଇଫ୍‌ ଷ୍ଟାଇଲ୍‌ ଓ ଅତ୍ୟଧିକ ମାନସିକ ଚାପ ଯେ ମୃତ୍ୟୁର କାରଣ ପାଲଟିଯାଇ ପାରେ, ଏହା ବୋଧହୁଏ କେହି କେବେ କଳ୍ପନା କରିନଥିବେ । କିନ୍ତୁ ଏବେ ଏଭଳି ଘଟଣା ସାମ୍ନାକୁ ଆସୁଛି । Natianl Crime Record Bureau-NCRBର ତଥ୍ୟ ଅନୁଯାୟୀ, ପ୍ରତି ଘଣ୍ଟାରେ ଜଣେ ଛାତ୍ର ଆତ୍ମହତ୍ୟା କରୁଛନ୍ତି ।

୨୦୧୮ରେ ୧୦ ହଜାର ୧୫୯ ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ । ସର୍ବାଧିକ ୩୦ ହଜାର ୧୨୭ ଜଣ ଦିନ ମଜୁରିଆ ଆତ୍ମହତ୍ୟା କରିଛନ୍ତି । ସେହିପରି ୨୨ ହଜାର ୯୩୭ ଜଣ ଗୃହିଣୀ ଆତ୍ମହତ୍ୟା କରିଛନ୍ତି । ଆତ୍ମନିର୍ଭରଶୀଳ ହୋଇ ବଞ୍ଚିଥିବା ୧୩ ହଜାର ୧୪୯ ଲୋକ ମଧ୍ୟ ଆତ୍ମହତ୍ୟା କରିଥିଲେ । ୧୦ ହଜାର ୩୪୯ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି ।

ଘରୋଇ ସଂସ୍ଥାରେ କାମ କରୁଥିବା ୮ ହଜାର ୨୪୬ ଜଣ, ପବ୍ଲିକ ସେକ୍ଟରରେ କାମ କରୁଥିବା ୨୦୨୨, ସରକାରୀ ସଂସ୍ଥାରେ କାମ କରୁଥିବା ୧୭୦୭ ଓ ୧୧୧୪ ଅବସରପ୍ରାପ୍ତ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ତେବେ ବିଷାଦରେ ନରହି ସବୁ ସ୍ଥିତିର ମୁକାବିଲା କରିବା ପାଇଁ ମନସ୍ତତ୍ତ୍ଵବିତ ପରାମର୍ଶ ଦେଇଛନ୍ତି ।

୨୦୧୭ରେ ୮୯ ହଜାର ୧୯ ଜଣ ପୁରୁଷ ଆତ୍ମହତ୍ୟା କରିଥିବାବେଳେ ୪୦ ହଜାର ୮୫୨ ଜଣ ମହିଳା ଓ ୧୬ ଜଣ ଟ୍ରାନ୍‌ସ ଜେଣ୍ଡର ଆତ୍ମହତ୍ୟା କରିଥିଲେ । ୨୦୧୮ରେ ୯୨ ହଜାର୧୧୪ ଜଣ ପୁରୁଷ , ୪୨ ହଜାର ୩୯୧ ମହିଳା ଓ ୧୧ ଜଣ ଟ୍ରାନ୍‌ସ ଜେଣ୍ଡର ଆତ୍ମହତ୍ୟା କରିଛନ୍ତି ।

Leave a Reply