ଭାରତ-ଚୀନ୍ ସୀମାରେ ଦୁଇ ଓଡ଼ିଆ ସହିଦ ଯବାନଙ୍କ ପ୍ରତି ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
1 min readନୂଆଦିଲ୍ଲୀ: ଭାରତ ଓ ଚୀନ୍ ସୀମାରେ ଥିବା ଲଦାଖ ଗଲୱାନ୍ ଘାଟିରେ ହୋଇଥିବା ସେନାର ସଂଘର୍ଷରେ ଦୁଇ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି ।
ଗତ କିଛି ଦିନ ଧରି ଭାରତ ଓ ଚୀନ୍ ମଧ୍ୟରେ ଲାଗିରହିଥିବା ତକ୍ତତା ଫଳରେ ମଙ୍ଗଳବାର ଭାରତର ପ୍ରାୟ ୨୦ ଜଣ ଯବାନ ସୀମାରେ ଲଢ଼େଇ କରି ସହିଦ ହୋଇଛନ୍ତି । ଏଥିରେ ଦୁଇ ଜଣ ଓଡ଼ିଆ ଯବାନ ମଧ୍ୟ ସହିଦ ହୋଇଥିବା ସୂଚନା ରହିଛି । ତେବେ ଦୁଇ ଓଡ଼ିଆ ଯବାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟ୍ ଜରିଆରେ ଯବାନଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି । ସେ ନିଜ ଟ୍ୱିଟ୍ରେ ଲେଖିଛନ୍ତି, ‘ଲଦାଖ ଗଲୱାନ୍ ଘାଟିରେ ହୋଇଥିବା ସେନାର ସଂଘର୍ଷରେ ଦୁଇ ଓଡ଼ିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନଙ୍କ ଶହୀଦ ଖବର ମୋତେ ବ୍ୟଥିତ କରିଛି । ଦୁହିଁଙ୍କ ଦେଶପ୍ରେମ ଓ ବଳିଦାନ ଚିର ସ୍ମରଣୀୟ ରହିବ। ଉଭୟ ବୀରଙ୍କ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରୁଛି ।’
ଲଦାଖ ଗଲୱାନ୍ ଘାଟିରେ ହୋଇଥିବା ସେନାର ସଂଘର୍ଷରେ ଦୁଇ ଓଡ଼ିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନଙ୍କ ଶହୀଦ ଖବର ମୋତେ ବ୍ୟଥିତ କରିଛି। ଦୁହିଁଙ୍କ ଦେଶପ୍ରେମ ଓ ବଳିଦାନ ଚିର ସ୍ମରଣୀୟ ରହିବ। ଉଭୟ ବୀରଙ୍କ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।
— Naveen Patnaik (@Naveen_Odisha) June 17, 2020
ଏହା ପୂର୍ବରୁ ବୁଧବାର ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ୨୦ ଜଣ ସହିଦ ଯବାନଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି । ସହିଦ ଯବାନ ମାନଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
Join the nation to salute the bravehearts of #IndianArmy who made the supreme sacrifice at #GalwanValley, protecting the integrity of our nation. Deepest condolences to the families of the brave martyrs.
— Naveen Patnaik (@Naveen_Odisha) June 17, 2020
ସୀମା ବିବାଦକୁ ନେଇ ଡିଏସ୍କାଲେସନ ପ୍ରକ୍ରିୟା ଅର୍ଥାତ ଆପୋଷ ବୁଝାମଣା ଚାଲିଥିବାବେଳେ ହଠାତ୍ ଚୀନ ଉତ୍ତ୍ୟକ୍ତ ହୋଇଉଠିଥିଲା । ସୋମବାର ରାତିରେ ଗଲୱାନା ଘାଟିର ପାଟ୍ରୋଲିଂ ପଏଣ୍ଟ-୧୪ ନିକଟରେ ଦୁଇ ଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ । ସେମାନଙ୍କ ଉପରକୁ ଚୀନ୍ ସୈନିକ ପଥର ମାଡ କରିଥିବା ଜଣାପଡିଛି । ଭାରତର ପାଲଟା ଆକ୍ରମଣରେ ୪୩ରୁ ଅଧିକ ଚୀନ୍ ସୈନିକ ମଧ୍ୟ ପ୍ରାଣ ହରାଇଥିବା ଜଣାପଡିଛି । ତେବେ ଚୀନ୍ ଏହାକୁ ଆଧିକାରିକ ଭାବେ ଏପର୍ଯ୍ୟନ୍ତ ସ୍ୱୀକାର କରି ନାହିଁ । ନିଜ ନାଗରିକଙ୍କ ସାମ୍ନାରେ ଅପଦସ୍ତ ନହେବା ପାଇଁ ଚୀନ୍ ସୈନିକଙ୍କ ମୃତ୍ୟୁ ବାବଦରେ ସୂଚନା ଲୁଚାଉଛି ବୋଲି ମଧ୍ୟ କୁହାଯାଉଛି ।