କିଛି ଦିନ ପୂର୍ବରୁ ସୁଶାନ୍ତଙ୍କ ଫ୍ଲାଟ୍କୁ ଦେଖା କରିବାକୁ ଯାଇଥିଲେ ଭଉଣୀ, ଆଉ ତାପରେ…
ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ଚକିତ କରିଛି । ପୁରା ବଲିଉଡ୍ ଜଗତକୁ ସ୍ତବ୍ଧ କରି ଦେଇଛି ତାଙ୍କ ମୃତ୍ୟୁ । ଏହି ଖବର ପ୍ରଚାରିତ ହେବା ପରେ ସତେ ଯେମିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କ୍ୟାରିୟରର ପିକ୍ ପଏଣ୍ଟରେ ଥିବା ବେଳେ ସେ ଏଭଳି ନିଷ୍ପତ୍ତି କାହିଁକି ନେଲେ ସେନେଇ ସମସ୍ତଙ୍କ ମନରେ ସନ୍ଦେହ । ତାଙ୍କ ପାଖରେ ଫିଲ୍ମର ଅଫର କିଛି କମ୍ ନଥିବା ବେଳେ, ଟଙ୍କା ପଇସାର ବି କିଛି ଅଭାବ ନଥିଲା । ଏଭଳି ପରିସ୍ଥିତିରେ ସେ କ’ଣ ପାଇଁ ଏତେ ବଡ଼ ନିଷ୍ପତ୍ତି ନେଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଗତ ୬ ମାସ ହେବ ସେ ଡିପ୍ରେସନ୍ରେ ରହୁଥିବା ନେଇ ତାଙ୍କ ସାଙ୍ଗମାନେ କହିଛନ୍ତି । ଏମିତିକି ଡିପ୍ରେସନ୍ରୁ ବାହାରିବା ପାଇଁ ସେ ଔଷଧ ମଧ୍ୟ ନେଉଥିଲେ । ଏହି ଡିପ୍ରେସନ୍ କାରଣରୁ, ସେ ଜଣେ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସିତ ହେଉଥିଲେ ବୋଲି ବି କୁହାଯାଉଛି ।
ଅନ୍ୟପଟେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ଲୋକ ଘଟଣାର ତଦନ୍ତ ଦାବି କରିଛନ୍ତି । ପରିବାର ଲୋକ ସହଜରେ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ଗ୍ରହଣ କରିପାରୁନାହାନ୍ତି । ସୁଶାନ୍ତଙ୍କ ସମ୍ପର୍କୀୟ ମାମୁଁ କହିଛନ୍ତି ସୁଶାନ୍ତଙ୍କ ମୃତ୍ୟୁ ପଛରେ କିଛି ଚକ୍ରାନ୍ତ ଥାଇପାରେ । ଏନେଇ ତଦନ୍ତ ହେବା ଜରୁରୀ । ଏମିତିକି ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ମଧ୍ୟ ଗତ ସପ୍ତାହରେ ଆତ୍ମହତ୍ୟା କରିଥିଲେ ।
ତେବେ ପୋଲିସ ଯେତେବେଳେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ତାଙ୍କ ଭଉଣୀ ସହ କଥାବର୍ତ୍ତା ହେଲେ ସେତେବେଳେ ଅନେକ କିଛି ତଥ୍ୟ ପଦାକୁ ଆସିଲା । ଭଉଣୀ କହିଛନ୍ତି ସୁଶାନ୍ତ ଡିପ୍ରେସନ୍ରେ ଥାଇ ଔଷଧ ନେଉଥିଲେ ସତ ହେଲେ କିଛି ଦିନ ହେବ ସେ ଔଷଧ ନେବା ବନ୍ଦ କରିଥିଲେ । ଏମିତିକି ଗତ ସପ୍ତାହରୁ ସୁଶାନ୍ତ ଅଧିକ ଡିପ୍ରେସନ୍ରେ ଥିଲେ । ସେ କ୍ଲିନିକଲ ଡିପ୍ରେସନ୍ରେ ଆକ୍ରାନ୍ତ ଥିଲେ । ତେଣୁ ଚିକିତ୍ସା ମଧ୍ୟ ହେଉଥିଲେ । ତେବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି ।
ସୁଶାନ୍ତଙ୍କ ଡିପ୍ରେସନ୍ରେ ରହିବା କଥା ଭଉଣୀ ପୂର୍ବରୁ ଜାଣିଥିଲେ ମଧ୍ୟ, ସେ କେବେ ଭାବିନଥିଲେ ସୁଶାନ୍ତ ଏତେ ବଡ଼ ନିଷ୍ପତ୍ତି ନେବେ ବୋଲି । କିଛି ଦିନ ପୂର୍ବରୁ ସୁଶାନ୍ତଙ୍କ ଫ୍ଲାଟ୍କୁ ମଧ୍ୟ ଭଉଣୀ ଯାଇଥିଲେ ଏବଂ କଥା ହୋଇଥିଲେ । ଭଉଣୀଙ୍କ କହିବାନୁଯାୟୀ ସୁଶାନ୍ତ ଜଣେ ମାଟିର ମଣିଷ ଥିଲେ । ସେ ମାଟି ସହ ଯୋଡ଼ି ହୋଇ ରୁହନ୍ତି ଏବଂ ଅତ୍ୟନ୍ତ ସରଳ ବ୍ୟକ୍ତିତ୍ୱ । ସେ ସମସ୍ତଙ୍କ ସହ ଅତି ନମ୍ରତାର ସହ କଥା ହୁଅନ୍ତି । ସେ ଏତେ ବଡ଼ ନିଷ୍ପତି ନେବେ ବୋଲି ତାହ କଳ୍ପନା କରାଯାଇନପାରେ ।