ଶିଳ୍ପଜଗତକୁ ମୋଦିଙ୍କ ଆହ୍ୱାନ, ସ୍ୱଦେଶୀକୁ ଅବସରରେ ପରିଣତ କରନ୍ତୁ
1 min readନୂଆଦିଲ୍ଲୀ: କରୋନା ଭାଇରସ ମହାସଙ୍କଟ ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆନ୍ ଚେମ୍ବର ଅଫ୍ କମର୍ସ(ଆଇସିସି)ର ଏକ ବିଶେଷ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ସେ କହଛନ୍ତି ଯେ, ଦେଶକୁ ଆତ୍ମନିର୍ଭର ହେବା ପାଇଁ ସ୍ୱେଦଶୀକୁ ଅବସରରେ ପରିଣତ କରିବାକୁ ପଡିବ ।
हर वो चीज, जिसे Import करने के लिए देश मजबूर हैं, वो भारत में ही कैसे बने, भविष्य में उन्हीं Products का भारत Exporter कैसे बने, इस दिशा में हमें और तेजी से काम करना है: PM @narendramodi
— PMO India (@PMOIndia) June 11, 2020
ଆତ୍ମନିର୍ଭର ଭାରତକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଯେଉଁ ସାମଗ୍ରୀକୁ ଆମକୁ ବିଦେଶରୁ ମଗାଇବାକୁ ପଡୁଛି ସେସବୁ କେମିତି ଦେଶ ଭିତରେ ତିଆରି ହେବ ଓ ବାହାରକୁ ରପ୍ତାନୀ ହେବ ତାକୁ ନେଇ ଆମକୁ ବିଚାର କରିବାକୁ ପଡିବ । ସେ କହିଥିଲେ ଯେ, ଲୋକାଲ ପାଇଁ ଭୋକାଲ ହେବାର ଏହାହିଁ ସମୟ । ଆତ୍ମନିର୍ଭର ଭାରତ ପାଇଁ ବଡଧରଣର ସୁଧାରର ଘୋଷଣା କରାଯାଇଛି,ଏବେ ସେସବୁର କ୍ରିୟାନ୍ୱୟନର ଆବଶ୍ୟକତା ରହିଛି ।
ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ଆଜି ଯେକୌଣସି କଂପାନୀ ପିଏମଓକୁ ନିଜ ସାମଗ୍ରୀ କିମ୍ବା ପ୍ରସ୍ତାବ ପଠାଇ ପାରିବେ । ଲୋକଙ୍କୁ ଜିଇଏମ୍ ସହ ଯୋଡି ହେବାକୁ ପଡିବ ,ଯେମିତି ଦେଶୀ କମ୍ପାନୀଙ୍କ ସାମଗ୍ରୀ ସରକରା କିଣି ପାରିବେ ।