ଲ୍ୟାଣ୍ଡଫଲ୍ ବେଳକୁ ପବନର ବେଗ ହୋଇପାରେ ସର୍ବାଧିକ ଘଣ୍ଟା ପ୍ରତି ୧୯୦ କି.ମି
1 min readନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ବାତ୍ୟା ଅମ୍ପାନ ନେଇ ସତର୍କ ସୂଚନା ଜାରି କରିଛି । ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ଆଗାମୀ ୨ ଦିନ ମଧ୍ୟରେ ଏହା ସାମୁଦ୍ରିକ ଝଡ଼ର ରୂପ ନେବା । ତେବେ ଏଯାଏଁ ଏହାର ଗତି କେଉଁ ଆଡ଼କୁ ରହିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଆସନ୍ତୁ ଜାଣିବା ସମ୍ଭାବ୍ୟ ବାତ୍ୟା ଅମ୍ପାନ ନେଇ ୧୦ ବଡ଼ କଥା ।
୧. ସକାଳ ସାଢ଼େ ୮ଟାରେ ପାଣିପାଗ ବିଭାଗ ପକ୍ଷରୁ ଅପଡେଟ୍ ସୂଚନା ଜାରି ହୋଇଥିଲା । ଏହା ଅନୁଯାୟୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପାରାଦୀପ ଠାରୁ ୧୦୬୦ କିଲୋମିଟ ଏବଂ ପଶ୍ଚିମବଙ୍ଗର ଦୀଘା ଠାରୁ ୧୩୧୦ କିଲୋମିଟର ଦୂରରେ ରହିଛି ।
୨.ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ସାମୁଦ୍ରିକ ଝଡ଼ର ରୂପ ନେବ । ଏହାପରେ ଆସନ୍ତା ୨୪ ଘଣ୍ଟାରେ ଭୟଙ୍କର ବାତ୍ୟାରେ ପରିବର୍ତ୍ତନ ହେବ । ବର୍ତ୍ତମାନର ଅନୁମାନ ଅନୁଯାୟୀ ୨୦ ତାରିଖ ବେଳକୁ ପଶ୍ଚିମବଙ୍ଗ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବ ।
୩. ୧୯୦ କିମି ପ୍ରତି ଘଣ୍ଟାର ବେଗରେ ପବନ ବହିପାରେ । ୧୯ ମଇ ବେଳକୁ ଓଡ଼ିଶାରେ ୬୫ କିଲୋମିଟର ପ୍ରତି ଘଣ୍ଟାର ସ୍ପିଡ୍ରେ ପବନ ବହିପାରେ । ଏହାପରେ ପବନର ବେଗ ଲଗାତାର ଭାବେ ବଢ଼ିପାରେ । ଏବଂ ଲ୍ୟାଣ୍ଡଫଲ୍ ବେଳକୁ ୧୯୦ କି.ମି ବେଗରେ ପବନ ବହିପାରେ ।
୪. ଦକ୍ଷିଣ-ପୂର୍ବ ବଙ୍ଗୋସାଗରରେ ସୃଷ୍ଟ ଲଘୁଚାପ ଫଳେରେ ଆଣ୍ଡାମାନ ଓ ନିକୋବରର କିଛି ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି । ସୋମବାର ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା । ପଶ୍ଚିମବଙ୍ଗରେ ରବିବାର ଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ।
୫. ଏହାର ପ୍ରଭାବରେ ଆଗାମୀ ୫ରୁ ୬ ଦିନ ଯାଏଁ ପାଣିପାଗ ମେଘୁଆ ରହିବ । ଆଣ୍ଡାମାନ ସାଗର ଏବଂ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଆସନ୍ତା ୫ରୁ ୬ ଦିନ ପର୍ଯ୍ୟ ପାଗ ମେଘୁଆ ରହିବ । ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ ସମୁହ ଓଡ଼ିଶା, ପଶ୍ଚିମବଙ୍ଗ ଅଞ୍ଚଳରେ ମଧ୍ୟମ ବର୍ଷା ହେବ ।
୬. ଓଡ଼ିଶାର ୧୨ ଜିଲ୍ଲାକୁ ଆଲର୍ଟ : ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ରାଜ୍ୟର ୧୨ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ୧୨ ଉପକୂଳବର୍ତ୍ତୀ ଜିଲ୍ଲାକୁ ଏ ନେଇ ସତର୍କ କରାଯାଇଛି ।
୭. ସ୍ୱତନ୍ତ୍ର ରିଲିଫ କମିଶନର ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ସହ ବାତ୍ୟାର ସ୍ଥିତି ନେଇ ଆଲୋଚନା କରିଛନ୍ତି । ରାଜ୍ୟ ପ୍ରତି ଏହାର ବିପଦ ନେଇ ସମୀକ୍ଷା କରିଛନ୍ତି ।
୮. ପାଣିପାଗ ବିଭାଗର ସୂଚନା ମୁତାବକ ଘୂର୍ଣିଝଡ଼ ନିଜ ଦିଗ ବଦଳାଇ ଉତ୍ତର ଉତ୍ତର ପୂର୍ବ ଦିଗକୁ ଗତି କରିବ ଏବଂ ପୁଣି ବଙ୍ଗୋପସାଗର ଆଡ଼କୁ ମୁହାଇବ ।
୯. ଏନ୍ଡିଆରଏଫ୍ ଏବଂ ଫାୟାର ବ୍ରିଗେଡକୁ ଆର୍ଲଟ ରହିବାକୁ କୁହାଯାଇଛି । ଅଗ୍ନିଶମ ସେବା ସମେତ ଅନ୍ୟ ବାହିନୀଙ୍କୁ ନିୟୋଜିତ କରାଯାଇପାରେ । ଏହା ସହିତ ଅନ୍ୟମାନଙ୍କୁ ଆଲର୍ଟରେ ରଖାଯାଇଛି ।
୧୦. ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ଗତ ୨ରୁ ୩ ଦିନ ମଧ୍ୟରେ ସମୁଦ୍ରକ ଯାଇଥିବା ବୋଟ, ଟ୍ରଲରକୁ ଫେରାଇଅଣାଯାଇଛି । ଏବଂ ଅନ୍ୟ କାହାକୁ ସମୁଦ୍ରକୁ ଯିବାକୁ ଦିଆଯାଉନାହିଁ ।