spot_img

Latest Posts

ଅର୍ଦ୍ଧ ସାମରିକ ବାହିନୀ କ୍ୟାଣ୍ଟିନରେ ବିକ୍ରି ହେବ କେବଳ ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ମହାମାରୀ ପରିସ୍ଥିତିରେ ନିଜକୁ ବଦଳାଇବାର ଏକ ଅବସର ବୋଲି କହିଛନ୍ତି । ଏମିତି ପରିସ୍ଥିତିରେ ନିଜକୁ ଆତ୍ମନିର୍ଭର କରିବା ନିହାତି ଆବଶ୍ୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନୀୟ ଲୋକଙ୍କ ପାଇଁ କିଛି କରିବାର ସ୍ଲୋଗାନ୍ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପର ପ୍ରଭାବ ମଧ୍ୟ ଦୃଶ୍ୟମାନ ହେଉଛି । ଏହି ଦିଗରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଏକ ପ୍ରମୁଖ ନିଷ୍ପତ୍ତି ନେଇଛି।

ଗୃହ ମନ୍ତ୍ରାଳୟ ସବୁ ଅର୍ଦ୍ଧସାମରିକ ବାହିନୀ କ୍ୟାଣ୍ଟିନରେ ଏବେ କେବଳ ସ୍ୱେଦେଶୀ ଉତ୍ପାଦନ ବିକ୍ରି ହେବ । ଏହି ଆଦେଶ ଦେଶରେ ଥିବା ସବୁ କ୍ୟାଣ୍ଟିନରେ ଜୁନ୍ ୧ରୁ ଲାଗୁ ହେବ । ଏଥିରେ ପାଖାପାଖି ୧୦ଲକ୍ଷ ସିଏପିଏଫ କର୍ମଚାରୀଙ୍କ ୫୦ଲକ୍ଷ ପରିଜନ ସ୍ୱଦେଶୀ ଜିନିଷର ଉପଯୋଗ କରିବାନେଇ ଅନୁମାନ କରାଯାଉଛି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ଟ୍ୱିଟରରେ ଏନେଇ ସୂଚନା ଦେଇଛନ୍ତି ।  ଅମିତ ଶାହା ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ‘ଗତକାଲି ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଆତ୍ମନିର୍ଭର ଏବଂ ସ୍ଥାନୀୟ ଉତ୍ପାଦଗୁଡିକ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ ଯାହା ନିଶ୍ଚିତ ରୂପରେ ଭାରତକୁ ବିଶ୍ୱ ଦରବାରରେ ପହଞ୍ଚାଇବ । ଏହି ଦିଗରେ ଆଜି ଗୃହମନ୍ତ୍ରାଳୟ ଏମିତି ଏକ ନିଷ୍ପତ୍ତି ନେଇଛି ଯେ, ସବୁ କେନ୍ଦ୍ରିୟ ସଂସ୍ଥା ତଥା ପୋଲିସ କ୍ୟାଣ୍ଟିନରେ କେବଳ ସ୍ୱଦେଶୀ ଉତ୍ପାଦନର ବିକ୍ରି ହେବ ।’

ଏହା ବ୍ୟତୀତ ଅମିତ ଶାହ ଦେଶବାସୀଙ୍କୁ ଦେଶରେ ଉତ୍ପାଦନ ହେଉଥିବା ଦ୍ରବ୍ୟକୁ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି । ସେ ଏନେଇ ଲେଖିଛନ୍ତି, ‘ ମୁଁ ଦେଶବାସୀଙ୍କୁ ଅନୁରୋଧ କରୁଛି ଆପଣ ଦେଶରେ ପ୍ରସ୍ତୁତ ହେଉଥିବା ଦ୍ରବ୍ୟକୁ ହିଁ ଅଧିକରୁ ଅଧିକ ବ୍ୟବହାର କରନ୍ତୁ ଏବଂ ଅନ୍ୟ ଲୋକଙ୍କୁ ମଧ୍ୟ ବ୍ୟବହାର କରିବାକୁ ପ୍ରୋତ୍ସାହନ କରନ୍ତୁ । ଏବଂ ପ୍ରତ୍ୟେକ ଭାରତୀୟ ଯଦି ଦେଶରେ ତିଆରି ହେଉଥିବା ଉତ୍ପାଦ ବ୍ୟବହାର କରିବାକୁ ସଂକଳ୍ପ ନେବେ ତେବେ ୫ବର୍ଷରେ ଦେଶର ଲୋକତନ୍ତ୍ର ଆତ୍ମନିର୍ଭର ହୋଇପାରିବ ।’

ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିକ କରି କହିଥିଲେ ଯେ, କରୋନା ସଙ୍କଟ ଆମକୁ ମେନ୍ୟୁଫ୍ୟାକ୍ଚରିଂ, ସପ୍ଲାଇ ଚେନର ଗୁରୁତ୍ୱପୂର୍ଣ୍ଣତା ବିଷୟରେ ବୁଝାଇଛି।

Latest Posts

Don't Miss