ସୁରତରୁ ଘରକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ବସ୍‌ ଭିତରେ ମୃତ୍ୟୁ

ଭୁବନେଶ୍ୱର: ଘରକୁ ଫେରୁଥିଲେ ହେଲେ ଘରେ ପହଞ୍ଚି ପାରିଲେନି । କରୋନା ଲକ୍‌ଡାଉନ ଭିତରେ ସୁରତରେ ହେଉଥିଲେ ହନ୍ତସନ୍ତ । ତେଣୁ ଯେଣତେଣ  ଘରକୁ ଫେରିବା ପାଇଁ ଉଦ୍ୟମ କରିଥିଲେ। ଶେଷରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଓଡ଼ିଶା ଆସୁଥିବା ବସ୍‌ରେ ବସିଲେ, କିନ୍ତୁ ଘର ତାଙ୍କ ପାଇଁ ଅପହଞ୍ଚ ହୋଇଗଲା । ସେ ଆଉ କେବେ ମଧ୍ୟ ଘରେ ପହଞ୍ଚି ପାରିବେନି କାରଣ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି । ଏହିଭଳି ହୃଦୟ ବିଦାରକ ଘଟଣା ଜଣେ ପ୍ରବାସୀ ଓଡ଼ିଆଙ୍କ ସହ ଘଟିଛି ।

କୋଭିଡ୍ ବାହାନାରେ ଡାଏଲିସିସ୍‌, କେମୋଥେରାପି ପାଇଁ ମନା କରିପାରିବେନି ଘରୋଇ ହସ୍ପିଟାଲ

ସୁରତରୁ ଓଡ଼ିଶା ଆସୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି  । ଏହି ବ୍ୟକ୍ତି ଜଣକ ବସ୍‌ ଯୋଗେ ଗୁଜରାଟରୁ ଓଡ଼ିଶା ଆସୁଥିଲେ । ତାଙ୍କର ନାମ ହେଉଛି ପ୍ରକାଶ ଗୌଡ଼ ବୟଷ ୪୫ ବର୍ଷ । ପ୍ରକାଶଙ୍କ ଘର ଗଞ୍ଜାମ ଜିଲ୍ଲାରେ । ତାଙ୍କର ବସ୍ ଭିତରେ କୌଣସି କାରଣରୁ ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ ତାଙ୍କ ପରିବାର ଲୋକଙ୍କର କହିବା ଅନୁଯାୟୀ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିଲା । ଗଞ୍ଜାମ ପ୍ରଶାସନ ପାଖରେ ସମୃକ୍ତ ବ୍ୟକ୍ତିଙ୍କ ଖବର ରହିଛି । ବର୍ତ୍ତମାନ ବସ୍‌କୁ ଛତିଶଗଡ଼ରେ ଅଟକା ଯାଇଥିବା ସୂଚନା ରହିଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ବାବଦରେ ସବିଶେଷ ତଥ୍ୟ ପ୍ରକାଶ ପାଇନାହିଁ ।

Leave a Reply