ରାମାୟଣ, ମହାଭାରତ ପରେ ଏବେ ଦୂରଦର୍ଶନରେ ପ୍ରସାରିତ ହେବ ‘ଶ୍ରୀ କୃଷ୍ଣ’

1 min read

ମୁମ୍ବାଇ: ଦୀର୍ଘ ୨୦ ବର୍ଷ ପରେ ଦୂରଦର୍ଶନରେ ଆରମ୍ଭ ହୋଇଛି ପୁରୁଣା ଶୋ ଗୁଡ଼ିକର ପୁନଃ ପ୍ରସାରଣ । ପୂରା ଦେଶରେ ଲକଡାଉନ୍ ପାଇଁ ଘରେ ରହିବାକୁ ଦେଶବାସୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କ ମନୋରଞ୍ଜନ ପାଇଁ ଦୂରଦର୍ଶନରେ ଏହି ଶୋ ଗୁଡ଼ିକର ପୁନଃ ପ୍ରସାରଣ ଆରମ୍ଭ ହୋଇଯାଇଛି । ଏହି ଶୋ ଗୁଡ଼ିକୁ ଦର୍ଶକମାନେ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି । ପ୍ରଥମେ ଦୂରଦର୍ଶନରେ ରାମାନନ୍ଦ ସାଗରଙ୍କ ନିର୍ଦ୍ଦେଶିତ ଶୋ ରାମାୟଣ ପ୍ରସାରଣ କରାଯାଇଥିଲା  । ଏହାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ‘ମହାଭାରତ’ ପରେ ‘ଶ୍ରୀ କୃଷ୍ଣ’ ସିରିଏଲକୁ ପୁନଃ ପ୍ରସାରଣ କରାଯିବ । ଏନେଇ ରବିବାର ଦିନ ଦୂରଦର୍ଶନ ତରଫରୁ ସୂଚନା ଦିଆଯାଇଛି ।

ଏହି ଶୋ’ଟି  ସମ୍ପୂର୍ଣ୍ଣ  ଶ୍ରୀ କୃଷ୍ଣଙ୍କ ଜୀବନ ଉପରେ ଆଧାରୀତ  । ଏହାକୁ ପ୍ରଥମେ ୧୯୯୩ ମସିହାରେ ଦୂରଦର୍ଶନ ମେଟ୍ରୋ ଚ୍ୟାନେଲ (ଡିଡି-୨)ରେ ପ୍ରସାରଣ କରାଯାଇଥିଲା ଏବଂ ପରେ ୧୯୯୬ରେ ଏହା ଦୂରଦର୍ଶନ ନେସନାଲ ବା ଡିଡି-୧ରେ ପ୍ରସାରଣ କରାଯାଇଥିଲା । ଯାହା ଏବେ ପୁନଃ ଦୂରଦର୍ଶନରେ ପ୍ରସାରଣ କରାଯାଇଛି । ତେବେ ଏହି ସିରିଏଲର ବାଳକ ଶ୍ରୀକୃଷ୍ଣ ଭୂମିକାରେ ସ୍ୱପ୍ନିଲ ଜୋସି ନଜର ଆସିଥିବା ବେଳେ ଯୁବକ ଶ୍ରୀକୃଷ୍ଣ ଭାବେ ସର୍ଭାଦମନ ଡି ବନାର୍ଜୀ ନଜର ଆସିଥିଲେ ।

Leave a Reply