ଲକ୍‌ଡାଉନରେ ଅସହାୟ ମହିଳାଙ୍କୁ ସାହା ହେଲେ ଆରକ୍ଷୀ ଅଧିକ୍ଷକ

ସୋନପୁର: ଲକ୍‌ଡାଉନରେ ଅସହାୟ ମହିଳାଙ୍କୁ ସାହା ହେଲେ ସୋନପୁର ଆରକ୍ଷୀ ଅଧିକ୍ଷକ । ଲକ୍‌ଡାଉନ ପାଇଁ ଘରକୁ ନଯାଇପାରି ସୋନପୁର ସହରରେ  ଅସହାୟ ଅବସ୍ଥାରେ ପଡ଼ିଥିଲେ ମହିଳା । ନା ଖିଆ ନା ପିଆ, ଏଜାଗାରୁ ସେଜାଗା ଘୁରି ବୁଲୁଥିଲେ ମହିଳା । କିନ୍ତୁ ଅସହାୟ ଅବସ୍ଥାରେ ସାହା ହେଲେ  ଆରକ୍ଷୀ ଅଧିକ୍ଷକ । ମହିଳାଙ୍କୁ ଉଦ୍ଧାର କରିବା ପରେ ତାଙ୍କ ଘର ସହ ସମ୍ପର୍କ କରି ମହିଳାଙ୍କୁ ତାଙ୍କ ଘରକୁ ପଠାଇଥିଲେ ।

ସୂଚନା ଅନୁଯାୟୀ, ସୋନପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଲକଡାଉନ ସମୟରେ ସହରରେ ପେଟ୍ରୋଲିଂ କରୁଥିବା ବେଳେ ବୁଢାରଜା ଛକ ନିକଟରେ ରାସ୍ତାକଡରେ ଅସହାୟ ଅବସ୍ଥାରେ ଜଣେ ମହିଳା ପଡିଥିବା ଦେଖିଥିଲେ । ତାଙ୍କୁ ଉଦ୍ଧାର କରି ଖାଇବାପିଇବା ଦେଇ ପଚରା ଉଚୁରା କରିଥିଲେ ଅଧିକ୍ଷକ । ପରେ ସେ ବରଗଡ଼ ଜିଲ୍ଲା ଭେଡେନଥାନା ଅନ୍ତର୍ଗତ ଗର୍ଭଣା ଗାଁର ସୁରୁବୁଇ ମିଶ୍ର ବୋଲି ଜଣାପଡିଥିଲା ।

ସେ ଛତିଶଗଡରେ ବିବାହକରିଥିବା ବେଳେ ତାଙ୍କ ପୈତୃକ ଗ୍ରାମ ଗର୍ଭଣା ବୋଲି ଜଣାପଡିଥିଲା । କୌଣସି କାରଣରୁ ସେ ସୋନପୁରକୁ ଆସିଥିଲେ । ହେଲେ ଲକଡାଉନ ପାଇଁ ଆଉ ଗାଁକୁ ଫେରିପାରି ନଥିଲେ । ତେବେ ଏନେଇ ଆରକ୍ଷୀ ଅଧିକ୍ଷକ ଗର୍ଭଣା ଗାଁରେ ଥିବା ତାଙ୍କ ଭାଇମାନଙ୍କୁ ଖବର ଦେଇଥିଲେ । ଆଜି ସେମାନେ ସୋନପୁର ଆସି ଆରକ୍ଷି ଅଧିକ୍ଷକଙ୍କ ସହ ଭେଟହେବାପରେ ତାଙ୍କୁ ତାଙ୍କ ଗାଁକୁ ପଠାଇଥିଲେ ।

Leave a Reply