spot_img

Latest Posts

ଆଗକୁ ବଢ଼ିପାରେ ପେଟ୍ରୋଲ ଦର, କାହିଁକି ଜାଣନ୍ତୁ

କରୋନା ପାଇଁ ସାରା ଦେଶରେ ଲଡାଉନ । ଏବେ ରାସ୍ତାରେ ଗାଡ଼ି ମଟର ଯିବା ଆସିବାରେ ବହୁତ ପରିମାଣ ହ୍ରାସ ପାଇଛି। ଯାହାଫଳରେ ଲୋକେ ଏବେ ପେଟ୍ରୋଲର ବ୍ୟବହାର ଖୁବ କମାଇ ଦେଇଛନ୍ତି। କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ପେଟ୍ରୋଲ ର ମୂଲ୍ୟ ହ୍ରାସ ପାଇନାହିଁ। ଆଜି ମଧ୍ୟ (13 ଏପ୍ରିଲ 2020), ତେଲ ମାର୍କେଟିଂ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । କରୋନା ଭାଇରସ୍ କାରଣରୁ ଅଶୋଧିତ ତେଲର ମୂଲ୍ୟ ୧୮ ବର୍ଷ ତଳକୁ ଖସିଯାଇଛି। ସେପଟେ ବର୍ତ୍ତମାନ ଏହାର ମୂଲ୍ୟ ବୃଦ୍ଧି ପାଇଁ  ଏକପ୍ରକାରର ରାସ୍ତା ଖୋଲିଯାଇଛି। ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କରିବାକୁ ରୁଷିଆ ଏବଂ ଓପେକ ରାଜି ହୋଇଛନ୍ତି ଯାହା ଦ୍ୱାରା ଆଗାମୀ ଦିନରେ ବିଶ୍ୱ ଅର୍ଥନୀତିରେ ତୈଳର ମୂଲ୍ୟରେ ବୃଦ୍ଧି ଘଟିବ।

ପେଟ୍ରୋଲିୟମ ରପ୍ତାନି କରୁଥିବା ଦେଶର ଗୋଷ୍ଠୀ (ଓପିଟିସିସି) ଏବଂ ଅନ୍ୟାନ୍ୟ ତୈଳ ଉତ୍ପାଦନକାରୀ ଦେଶ ଉତ୍ପାଦନକୁ ଦିନକୁ ୯.୭ ନିୟୁତ ବ୍ୟାରେଲ ହ୍ରାସ କରିବାକୁ ସହମତ ହୋଇଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ତେଲ ଦର ବୃଦ୍ଧି କରିବା | ରୁଷ ଏବଂ ସାଉଦି ଆରବ ବିବାଦ ଏବଂ କରୋନା ଭାଇରସ୍ କାରଣରୁ ଚାହିଦା ହ୍ରାସ ହେତୁ ବିଶ୍ୱର ତୈଳ ମୂଲ୍ୟ ବ୍ୟାରେଲ ପ୍ରତି ୩୦ ଡଲାର ହ୍ରାସ ପାଇଛି। ତେବେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପରିବର୍ତ୍ତନ ହେଉନାହିଁ।

Latest Posts

Don't Miss