spot_img

Latest Posts

ଓଡ଼ିଆ ନବବର୍ଷ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମହା ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ । ଆଜିର ଦିନକୁ ଲୋକେ ପଣା ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରନ୍ତି । ଓଡିଶାରେ ଏହି ଦିନକୁ ଖୁବ ଧୁମଧାମ୍ ରେ ପାଳନ କରନ୍ତି । କେବଳ ସେତିକି ନୁହେଁ ଆଜିର ଦିନକୁ ଓଡିଆ ନବ ବର୍ଷ ଭାବେ ମଧ୍ୟ ଜଣାଯାଏ । ଓଡିଆମାନଙ୍କ ନୂଆ ବର୍ଷରେ ନୂଆ ପାଞ୍ଜି ପ୍ରଚଳନ ହୁଏ । ହନୁମାନ ଜୟନ୍ତୀ ଅବସରରେ ଆଜି ପଣା, ଛତୁଆ, ଫଳ ଭୋଗ ଲାଗିବାର ପରମ୍ପରା ରହିଛି । ଏହି ସ୍ୱତନ୍ତ୍ର ଅବସରରେ ଚାରିଆଡେ ରିତିନୀତି ସହ ଠାକୁରଙ୍କୁ ପୂଜା କରାଯାଏ । ମନ୍ଦିରରେ ଅସଂଖ୍ୟ ଭକ୍ତଙ୍କ ଭିଡ ଲାଗେ । କିନ୍ତୁ ଚଳିତ ବର୍ଷ କରୋନା ଯୋଗୁଁ ମନ୍ଦିର ଭିତରକୁ ଭକ୍ତଙ୍କୁ ବାରଣ କରାଯାଇଛି । ଏଥର କେବଳ ଠାକୁରଙ୍କ ପୂଜାର୍ଚ୍ଚନା କରାଯାଇଛି । ଆଜି ସକାଳୁ ରୀତିନୀତିରେ ସମସ୍ତ ପୂଜାର୍ଚ୍ଚନା କରାଯାଇଛି ।

ଅପରପକ୍ଷରେ ମହାବିଷୁବ ସଂକ୍ରାନ୍ତି ଅବସରରେ ପୁରୀ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ହେଉଛି। ସକାଳ ଧୂପ ନୀତି ଶେଷ ହେବା ପରେ ଶ୍ରୀଜଗନ୍ନାଥଙ୍କ ବାଡରୁ ବିଭିନ୍ନ ମହାବୀରଙ୍କୁ ନିକଟକୁ ଆଜ୍ଞାମାଳ ବିଜେ କରାଯାଏ। ପରମ୍ପରା ଅନୁସାରେ ଚାରି ଦ୍ଵାରରେ ଥିବା ମହାବୀରଙ୍କ ବ୍ୟତୀତ ଜଗନ୍ନାଥ ବଲ୍ଲଭ ଓ ଦରିଆ ମବାହୀରଙ୍କ ନିକଟରେ ଆଜ୍ଞାମାଳ ବିଜେ ହୁଏ। କରୋନା କଟକଣା ଯୋଗୁଁ ଏହାକୁ ଭଲ ଭାବେ ପାଳନ କରାଯାଇ ନାହିଁ ସତ ହେଲେ କଡାକଡି ସତ୍ତ୍ୱେ ପୁରୀର ବିଭିନ୍ନ ଜାଗା ଆଖଡ଼ାମାନଙ୍କରେ ମହାବୀରଙ୍କ ପୂଜାର୍ଚ୍ଚନା କରାଯାଇଛି।

ଓଡ଼ିଆ ନବବର୍ଷରେ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ଷ ସାରା ଖୁସି ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ନରେନ୍ଦ୍ର ମୋଦି। ସେପଟେ ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୂଙ୍କ ମହିମାରୁ ପ୍ରତିଟି ଜୀବନ ସୁରକ୍ଷିତ ରହୁ। ସମସ୍ତଙ୍କୁ ଦୃଢତାର ସହ କରୋନା ମୁକାବିଲା ପାଇଁ ଶକ୍ତି ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି।

Latest Posts

Don't Miss