ଆସିଲା ୪ କରୋନା ପଜିଟିଭଙ୍କ ତଥ୍ୟ, ଜାଣନ୍ତୁ ପୂରା ରାଜ୍ୟର ସ୍ଥିତି…
ଭୁବନେଶ୍ୱର: ଶନିବାର ଚିହ୍ନଟ ୪ କରୋନା ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ ମିଳିଛି । ୨ ଜଣ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର । ଅନ୍ୟ ଜଣେ ଆକ୍ରାନ୍ତ ରାଜଧାନୀର ବୋଲି ଜଣାପଡ଼ିଛି । ଟ୍ୱିଟ୍ କରି ଆକ୍ରାନ୍ତଙ୍କ ତଥ୍ୟ ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ । ଆକ୍ରାନ୍ତ କାହା ସମ୍ପର୍କରେ ଆସିଥିଲେ ଓ କେଉଁଆଡ଼େ ଯାଇଥିଲେ ସେ ତଥ୍ୟ ସଂଗ୍ରହ ଚାଲିଛି ।
ସୁନ୍ଦରଗଡ଼ ଜିଲ୍ଲାରୁ ପ୍ରଥମ କରି ୨ଟି ମାମଲା ଆସିବା ପରେ ବିଶ୍ରା ବ୍ଲକର ୧୦ଟି ଗାଁକୁ ପ୍ରଶାସନ ସିଲ୍ କରିଛି । ଅନ୍ୟପଟେ କେନ୍ଦ୍ରାପଡ଼ା ରାଜନଗର ବ୍ଲକର ୨ଟି ଗାଁକୁ ସିଲ୍ କରି ଦିଆଯାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪କୁ ବୃଦ୍ଧି ପାଇଥିବା ବେଳେ ୧୨ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି ।
ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଥମ କରୋନା ଆକ୍ରାନ୍ତ
ନଜର ପକାନ୍ତୁ ରାଜ୍ୟର କେଉଁ ଜିଲ୍ଲାରେ କେତେ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ଜିଲ୍ଲା | ଆକ୍ରାନ୍ତ | ସୁସ୍ଥ | ମୃତ |
ଖୋର୍ଦ୍ଧା | ୪୧ | ୦୭ | ୦୧ |
ଭଦ୍ରକ | ୦୩ | ୦୨ | ୦୦ |
କଳାହାଣ୍ଡି | ୦୨ | ୦୦ | ୦୦ |
ସୁନ୍ଦରଗଡ଼ | ୦୨ | ୦୦ | ୦୦ |
କେନ୍ଦ୍ରାପଡ଼ା | ୦୨ | ୦୦ | ୦୦ |
କଟକ | ୦୧ | ୦୧ | ୦୦ |
ଯାଜପୁର | ୦୧ | ୦୧ | ୦୦ |
ପୁରୀ | ୦୧ | ୦୧ | ୦୦ |
ଢେଙ୍କାନାଳ | ୦୧ | ୦୦ | ୦୦ |
ମୋଟ | ୫୪ | ୧୨ | ୦୧ |
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜଣଙ୍କର ମୃତ୍ୟୁ ହୋଇଛି । ତେବେ, ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସଂକ୍ରମିତ ରାଜଧାନୀର ବାସିନ୍ଦା । ଦ୍ୱିତୀୟ ସର୍ବାଧିକ ଆକ୍ରାନ୍ତ ଜିଲ୍ଲା ହେଉଛି ଭଦ୍ରକ । ଭଦ୍ରକରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଥମ କରୋନା ଆକ୍ରାନ୍ତ
କଳାହାଣ୍ଡି, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରେ ୨ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ଚିକିତ୍ସା ଚାଲିଛି । କଟକ, ଯାଜପୁର ଓ ପୁରୀରେ ଚିହ୍ନଟ ଜଣେ ଲେଖାଏଁ ଆକ୍ରାନ୍ତଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି । ଢେଙ୍କାନାଳ ଜିଲ୍ଲାରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତାଙ୍କର ଚିକିତ୍ସା ଚାଲିଛି ।