ରାଜଧାନୀରୁ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୩କୁ ବୃଦ୍ଧି
1 min readଭୁବନେଶ୍ୱର: ଆଜି ଆଉ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୨୩କୁ ବୃଦ୍ଧି ପାଇଛି । ୨ଜଣ ଯାକ ଆକ୍ରାନ୍ତ ଭୁବନେଶ୍ୱରର । ଟ୍ୱିଟ୍ କରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
Two more COVID POSITIVE cases in Bhubaneswar. One 70 years old male of Kapila Prasad Housing Board Colony Phase II who had returned from Australia on 22.3.2020 (home quarantine case)
Another, one 29 years old male from Bomikhal found out during active surveillance— H & FW Dept Odisha (@HFWOdisha) April 5, 2020
କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀ ଫେଜ୍-୨ର ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଠାରେ କରୋନା ପଜିଟିଭ୍ ମିଳିଛି । ସେ ନିକଟରେ ଅଷ୍ଟ୍ରେଲିଆରୁ ଫେରିଥିଲେ । ମାର୍ଚ୍ଚ ୨୨ ତାରିଖରୁ ସେ ହୋମ୍ କ୍ୱାରେଣ୍ଟାଇନରେ ଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ସେହିପରି ବମିଖାଲ ଅଞ୍ଚଳରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାଙ୍କ ବୟସ ୨୯ ବର୍ଷ ବୋଲି ଜଣାପଡ଼ିଛି । ସେ ଆଉ କାହା ସମ୍ପର୍କରେ ଆସିଛନ୍ତି ତାର ଅନୁଧ୍ୟାନ ଚାଲିଛି । ପୂର୍ବରୁ ବମିଖାଲରୁ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏଥିସହ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି ।
ପୂର୍ବରୁ ରାଜ୍ୟର ପ୍ରଥମ ଆକ୍ରାନ୍ତ ଓ ଦ୍ୱିତୀୟ ଆକ୍ରାନ୍ତ ସୁସ୍ଥ ହୋଇ ମେଡିକାଲ ଫେରିଛନ୍ତି । ଅନ୍ୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ବମିଖାଲ ଅଞ୍ଚଳକୁ ପ୍ରଶାସନ ସିଲ୍ କରି ରଖିଥିବା ବେଳେ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । କପଳିପ୍ରସାଦରୁ ନୂଆ ମାମଲା ଆସିବା ପରେ ଉକ୍ତ ଅଞ୍ଚଳକୁ ମଧ୍ୟ ସିଲ୍ କରାଯାଇପାରେ ।
https://www.youtube.com/watch?v=Zg_ZELt5qfg