spot_img

Latest Posts

କରୋନାକୁ ହରାଇବା ପାଇଁ ମୋଦିଙ୍କ ଅନୁରୋଧକୁ ସମର୍ଥନ କଲା ବଲିଉଡ

ମୁମ୍ବାଇ,୩।୪: କରୋନା ଭାଇରସ ଏବେ ସାରା ଦେଶରେ ତା’ର କାୟା ବିସ୍ତାର କରିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୫ ତାରିଖରେ ରାତି ୯ଟା ୯ ମିନିଟରେ ଦେଶବାସୀ ୯ ମିନିଟ୍‌ ପାଇଁ ବିଜୁଳି ବତୀ ଲିଭାଇ ଘରେ ଅବା ଦୁଆର ମୁହଁରେ ମହମବତୀ, ଦୀପ ଆଦି ଜଳାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଛନ୍ତି।

ବଲିଉଡ୍‌ ସେଲିବ୍ରିଟିମାନେ ମୋଦିଙ୍କ ଏହି ଅନୁରୋଧକୁ ସମର୍ଥନ ଜଣାଇଛନ୍ତି। ଅଧିକାଂଶ ସେଲିବ୍ରିଟି ମୋଦିଙ୍କ ଅନୁରୋଧକୁ ସମର୍ଥନ ଜଣାଇ ଟୁଇଟ୍‌ କରିଥିବା ଦେଖାଯାଇଛି। ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ, ଏହାକୁ ଏକ ନୂଆ ଟାକ୍ସ ବୋଲି କହିଥିବା ବେଳେ ତାଙ୍କର ଏହି ଟୁଇଟ୍‌କୁ କେତେଜଣ ପ୍ରଶଂସକ ରିଟୁଇଟ୍‌ କରିଥିବା ଦେଖାଯାଇଛି। କଙ୍ଗନା ରାନାଓ୍ବତଙ୍କ ଭଉଣୀ କହିଛନ୍ତି ଦୀପ ଜଳାଇବା ଏକ ଶୁଭ ସଙ୍କେତ।

ଏହାକୁ ନେଇ ଅଭିନେତ୍ରୀ ହେମାମାଳିନୀ କହିଛନ୍ତି କରୋନା ଭଳି ମହାମାରୀକୁ ହରାଇବାକୁ ହେଲେ ଆମେ ଆମ ପ୍ରଧାନମନ୍ତ୍ରୀଙ୍କୁ ସହଯୋଗ କରିବା ଦରକାର। ଏପ୍ରିଲ ୫ରେ ସମସ୍ତେ ଦୀପ ଜଳାଇ କରୋନାକୁ ଦୂରେଇବାରେ ସହଯୋଗ କରିବାକୁ ହେମା ଅନୁରୋଧ କରିଛନ୍ତି।

Latest Posts

Don't Miss