କରୋନାକୁ ନେଇ ଭାରତ ଅଧିକ ଚିନ୍ତିତ ହେବାର ଆବଶ୍ୟକତା ନାହିଁ, କାହିଁକି ଏମିତି କହିଲେ ପଦ୍ମ ବିଭୂଷଣ ଡା.ନାଗେଶ୍ୱର ରେଡ୍ଡୀ

1 min read

ନୂଆଦିଲ୍ଲୀ: କରୋନାକୁ ନେଇ ଦେଶବ୍ୟାପୀ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ |  ପଦ୍ମ ବିଭୂଷଣ ଡ. ଡି ନାଗେଶ୍ୱର ରେଡ୍ଡୀ  ଏ ନେଇ ଅଭୟ ବାଣୀ ଶୁଣାଇଛନ୍ତି । କରୋନା ଭାଇରସ୍‌କୁ ନେଇ ତାଙ୍କ ଅଧ୍ୟୟନ ଅନୁସାରେ ଭାରତ କରୋନାକୁ ନେଇ ଅଧିକ ଚିନ୍ତିତ ହେବାର କୌଣସି କାରଣ ନାହିଁ । ଏହା ସହ ସେ ଏବେ ଚାଲିଥିବା ଲକ୍ ଡାଉନ୍ ୩ରୁ ୪ ସପ୍ତାହ ପର୍ଯ୍ୟନ୍ତ ହିଁ ଜାରି ରହିବା ଠିକ୍ ବୋଲି କହିଛନ୍ତି ।

ଏକ ଇଂରାଜୀ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ, ଭାରତକୁ ଚୀନରୁ ସିଧାସଳଖ ଏହି ଭାଇରସ ଆସିନଥିଲା । ଏହା ଅପ୍ରତ୍ୟକ୍ଷ ଭାବେ ଅନ୍ୟ ଦେଶ ଦେଇ ଭାରତକୁ ପ୍ରବେଶ କରିଛି । ଭାଇରସର ଜେନୋମ କ୍ରମ ଓ ଏହା ଉପରେ ଉତ୍ତାପର ପ୍ରଭାବକୁ ନେଇ ହୋଇଥିବା ଅଧ୍ୟୟନରୁ ଏହା ଜଣାପଡୁଛି ।

ତାଙ୍କ ଅନୁସାରେ  କରୋନା ଭାଇରସ ଆରଏନଏ ପ୍ରକାରର ଭାଇରସ । ଏହା ବାଦୁଡିଙ୍କଠାରେ ଥିବା ଅନୁମାନ କରାଯାଉଛି । ବାଦୁଡି ଡିଏନଏରେ ଅଳ୍ପ ପରିବର୍ତ୍ତନ କାରଣରୁ ମଣିଷକୁ ସଂକ୍ରମିତ ହୋଇଥିଲା । ତେବେ ଆମେରିକା ଓ ଇଟାଲୀରେ ସକ୍ରିୟ ଥିବା ଭାଇରସର ଜେନୋ ଟାଇପ୍ ଭାରତରେ ସକ୍ରିୟ ଥିବା ଜେନୋ ଟାଇପଠାରୁ ଅଲଗା । ଚାରିଟି ଦେଶରେ ଭାଇରସର ଜେନୋମର ସିକ୍ୱେନସିଂ କରାଯାଇଛି । ଚାରି ଦେଶରେ ସିକ୍ୱେନ୍ସ ଅଲଗା । ଇଟାଲୀ ଜେନୋ ସିକ୍ୱେନ୍ସଠାରୁ ଭାରତରେ ସକ୍ରିୟ ଥିବା ଭାଇରସ ଜେନୋଟାଇପ୍ ଅଲଗା ।

Corona: Caught in corona crossfire: How the current crisis has ...

ଇଟାଲୀ ତୁଳନାରେ ଭାରତରେ ଏହି ଭାଇରସ ଏକ ଭିନ୍ନ ଜିନୋମ କ୍ରମ ଅଛି | ଏହାର ବହୁତ ମହତ୍ତ୍ୱ ରହିଛି କାରଣ ଭାରତୀୟ ଭୂତାଣୁରେ, ଜେନୋମର ସ୍ପାଇକ୍ ପ୍ରୋଟିନରେ ଏକକ ପରିବର୍ତ୍ତନ ହୁଏ | ସ୍ପାଇକ୍ ପ୍ରୋଟିନ୍ ହେଉଛି ସେହି କ୍ଷେତ୍ର ଯାହା ମାନବ କୋଷ ସହିତ ସଂଲଗ୍ନ ହୁଏ | ଗୋଟିଏ ଛୋଟ ପରିବର୍ତ୍ତନ ଘଟି, ଯାହା ସେହି ସଂଲଗ୍ନକୁ ଦୁର୍ବଳ କରିଦିଏ |

ଇଟାଲୀ ଭାଇରସରେ ତିନୋଟି ପରିବର୍ତ୍ତନ ଘଟିଛି । ଯେଉଁଥିପାଇଁ ଏହା ଅଧିକ ମାରାତ୍ମକ ହୋଇ ପଡିଛି ।  କିନ୍ତୁ ଭାରତରେ ସକ୍ରିୟ ଥିବା ଭାଇରସରେ ଗୋଟିଏ ପରିବର୍ତ୍ତନ ଘଟିଛି । ତେଣୁ ଭାରତରେ ଏହା ଅଧିକ ବ୍ୟାପିବ ନାହିଁ କିମ୍ବା ଅଧିକ ମାରାତ୍ମକ ହେବ ନାହିଁ । ଏହାସହ ଇଟାଲୀରେ ଅନ୍ୟକେତକ କାରକ ମଧ୍ୟ ମୃତ୍ୟୁର କାରଣ ବନୁଛନ୍ତି । ଇଟାଲୀରେ ବୟସ୍କଙ୍କ ସଂଖ୍ୟା ଅଧିକ ଓ କରୋନା ଶିକାରଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ 70-80 ବର୍ଷରୁ ଅଧିକ । , ଧୂମପାନ, ମଦ୍ୟପାନ, ମଧୁମେହ, ଉଚ୍ଚ ରକ୍ତଚାପ ଆଦି ଜୀବନଶୈଳୀ ରୋଗ ମଧ୍ୟ ତା’ର କାମ ଦେଖାଉଛି ।

ତେବେ ଭାରତରେ ସକ୍ରିୟ ଥିବା ଭାଇରସର ଜିନ୍ କ୍ରମରେ ପାର୍ଥକ୍ୟ ରହିଛି । ତେଣୁ ଏହା କମ କ୍ଷତିକାରକ ହେବ କାରଣ କୋଷ ସହିତ ଏହାର ସଲଗ୍ନତା ସେତେ ସୁଦୃଢ ନୁହେଁ ।

ଡା. ଡି ନାଗେଶ୍ୱର ରେଡ୍ଡୀ ୨୦୦୨ରେ ପଦ୍ମଶ୍ରୀ ଓ ୨୦୧୬ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ ହୋଇଥିଲେ ।

Leave a Reply