spot_img

Latest Posts

ସ୍ତ୍ରୀଙ୍କୁ ହତ୍ୟା ପରେ କଟାମୁଣ୍ଡ ଧରି ରାସ୍ତାରେ ବୁଲିଲା ସ୍ୱାମୀ, ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ!

ନନ୍ଦିଘୋଷ ବ୍ୟୁରୋ: ସ୍ତ୍ରୀର କଟା ମୁଣ୍ଡ ଧରି ବୁଲିଲା ସ୍ବାମୀ। ପଶ୍ଚିମବଙ୍ଗ ଗଙ୍ଗାରାମପୁରର ନାରାୟଣପୁରରେ ଚାଞ୍ଚଲ୍ୟକର ଘଟଣା। ପଶ୍ଚିମବଙ୍ଗର ଦକ୍ଷିଣ ଦିନାଜ୍ ପୁର ଜିଲ୍ଲାସ୍ଥିତ ବାଲୁର ଘାଟ ଗଙ୍ଗାରାମପୁର ସହରର ନାରାୟଣପୁର ଘୋଷପଡ଼ାରେ ଏହି ଲୋମହର୍ଷକ ଘଟଣା ଦେଖିବାକୁ ମିଳିଛି। ଗଙ୍ଗାରାମପୁର ପୌରପାଳିକାର ୱାର୍ଡ ନମ୍ବର ୪ରେ ଏହି ଘଟଣା ଘଟିଛି।

ଖବର ପାଇ ଗଙ୍ଗାରାମପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଭିଯୁକ୍ତ ସ୍ୱାମୀ ରିଣ୍ଟୁ ଘୋଷକୁ ଗିରଫ କରିଛି ପୋଲିସ। ମୃତ ମହିଳାଙ୍କ ନାମ ସୀମା ଘୋଷ ସରକାର ଓ ତାଙ୍କ ବୟସ ୩୫ ବର୍ଷ। ୧୫ ବର୍ଷ ପୂର୍ବେ ସେ ନାରାୟଣପୁର ଘୋଷପଡ଼ାର ଜଣେ କ୍ଷୁଦ୍ର ବ୍ୟବସାୟୀ ରିଣ୍ଟୁ ଘୋଷଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି। ରିଣ୍ଟୁ ତନ୍ତ୍ର ସାଧନା କରୁଥିଲା। ହତ୍ୟା ପରେ ସେ ଘରର ଠାକୁର ଆସନରେ କଟା ମୁଣ୍ଡ ରଖିଥିଲା। ପରେ ସ୍ତ୍ରୀର କଟା ମୁଣ୍ଡ ଧରି ଘୂରିବାରେ ଲାଗିଥିଲା।

Latest Posts

Don't Miss