ନନ୍ଦିଘୋଷ ବ୍ୟୁରୋ: କୋଟିଆ ସମାଧାନ ଏ ସରକାର କରିବେ ନାହିଁ । ସମାଧାନ କଲେ କେନ୍ଦ୍ର ସରକାର ଅସୁବିଧାରେ ପଡିବ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । କୋଟିଆ ପାଇଁ ବାହାରିଲେ ଏନଡିଏରୁ ଆନ୍ଧ୍ର ସରକାର ବାହାରିଯିବ । କିନ୍ତୁ ଓଡ଼ିଶାରେ ବିଜେପି ସରକାର ଥିବାବେଳେ କେନ୍ଦ୍ରରେ ବିଜେପି ଅଛି । ଆନ୍ଧ୍ର ସରକାର ବିଜେପି ଆଲାଏନ୍ସ ଏନଡିଏରେ ଅଛନ୍ତି । ତେଣୁ କଥାବାର୍ତ୍ତା ହୋଇ କୋଟିଆ ବିବାଦ ସମାଧାନ ହେବା ଦରକାର । ସୁପ୍ରିମକୋର୍ଟକୁ ଗଲେ ମଧ୍ୟ ସମାଧାନ ହେବ ନାହିଁ । ସୁପ୍ରିମକୋର୍ଟକୁ ଯିବା ଗୋଟେ ଷଡଯନ୍ତ୍ର । ଓଡିଶା ସରକାର କୋଟିଆକୁ ଛଡେଇ ଆଣି ପାରିବେ ନାହିଁ ।

