ନୂଆଦିଲ୍ଲୀ : ସିଜେପି ନେତା ସୌରଭ ଦାସ, ଆଶୁତୋଷ ରଙ୍କା ଓ ଅଜିଙ୍କ୍ୟ ସିନ୍ଦେ ଅଟକ। ୩ ନେତାଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ। ଯନ୍ତର ମନ୍ତରରେ ପ୍ରବେଶ କରିବା ଲାଗି ଏକ ଗେଟରେ ଡେଇଁବା ପରେ ସେମାନଙ୍କୁ ଅଟକ ରଖିଛି ପୋଲିସ। ୩ ନେତାଙ୍କ ସହ କିଛି କର୍ମୀଙ୍କୁ ଅଟକ ରଖିଛି ପୋଲିସ। ଏହି ୩ ନେତାଙ୍କ ସମେତ କିଛି କର୍ମୀ ଜନତା ଦଳ(ସଂଯୁକ୍ତ) ଅଫିସ ପଟୁ ଯନ୍ତର ମନ୍ତରରେ ପ୍ରବେଶ କରିଥିଲେ। ତେବେ ସେମାନଙ୍କୁ ବାଧା ଦେଇଥିଲା ପୋଲିସ। ମାତ୍ର ସେମାନେ ପ୍ରବେଶ କରିବାବେଳେ ସେମାନଙ୍କୁ ଅଟକ ରଖିଥିଲା ପୋଲିସ। ସୌରଭ ଓ ସହକର୍ମୀମାନେ ଇନକିଲାବ ଜିନ୍ଦାବାଦ ଓ ଭାରତ ମାତା କୀ ନାରା ଦେଉଥିବା ଦେଖାଯାଇଥିଲା। ଯନ୍ତର ମନ୍ତରକୁ ଧାରଣାସ୍ଥଳର ମାନ୍ୟତା ପ୍ରତ୍ୟାହାର କରାଯିବା ପରେ ସିଜେପି ପୁଣି ଆନ୍ଦୋଳନ କରିଥିଲା। ସେପଟେ ମୁଖପାତ୍ର ସୌରଭ ଦାସ ଆନ୍ଦୋଳନକାରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯଦି ଆପଣମାନେ ଅଟକ ରହୁଛନ୍ତି ତେବେ ଷ୍ଟ୍ରାଟେଜି ସମ୍ପର୍କରେ ପୁନର୍ବିଚାର କରନ୍ତୁ। ଆମର ବିଫଳତା ଲାଗି ଅନ୍ୟକୁ ଦୋଷ ଦିଅନ୍ତୁ ନାହିଁ।…

