ଏକୋଇଶିଆ ଭୋଜି ଖାଇ ଜଣେ ମୃତ ୧୩ ଗୁରୁତର
ନବରଙ୍ଗପୁର: ଏକୋଇଶିଆ ଭୋଜି ଖାଇ ଜଣେ ମୃତ ୧୩ ଜଣ ଗୁରୁତର । ଗୁରୁତରଙ୍କ ମଧ୍ୟରେ ୭ ଜଣ ଶିଶୁ ଥିବା ଜଣାପଡିଛି । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ଚିକିଲି ଗାଁରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ହେଲେ ବୁଦେଇ ହରିଜନ । ବର୍ତ୍ତମାନ ଡାବୁଗାଁ ଡାକ୍ତର ଖାନା ରେ ୭ ଜଣ ଶିଶୁଙ୍କ ସମେତ ୧୩ ଜଣ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି ଗାଁରେ ହୋଇଥିବା ଏକୋଷିଆ ଭୋଜିରେ ଗାଁର ବହୁତ ଲୋକ ଭୋଜି ଖାଇ ଘରକୁ ଫେରିଥିଲେ । କିନ୍ତୁ କିଛି ସମୟ ପରେ ଠାରୁ ସମସ୍ତଙ୍କୁ ଝାଡା ଓ ବାନ୍ତି ହେବା ଫଳରେ ଅସୁସ୍ଥ ହେବାରୁ ଡାବୁଗାଁ ଡାକ୍ତର ଖାନା କୁ ନେଇଥିଲେ । ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଅସୁସ୍ଥ ହୋଇପଡ଼ିଥିଲେ । ସେପଟେ ଚିକିଲି ଗାଁକୁ ଦୁଇଟି ମେଡିକାଲ ଟିମ୍ ପହଞ୍ଚି ୧୫ ଜଣଙ୍କୁ ଚିକିତ୍ସା କରୁଥିବା ଡାବୁଗାଁ ମେଡିକାଲ ଅଫିସର ପ୍ରକାଶ କରିଛନ୍ତି ।