ନନ୍ଦିଘୋଷ ବ୍ୟୁରୋ : ମାଲକାନଗିରିରେ ପୁଣି ଉପରମୁହାଁ ମ୍ୟାଲେରିଆ …ଦିନକୁ ଦିନ ବଢୁଛି ସଂକ୍ରମଣ…ଜୁଲାଇ ମାସରେ ୨ ହଜାର ୮୧୬ ଜଣ ଆକ୍ରାନ୍ତ ଚିହ୍ନଟ … ୩ ଜଣଙ୍କ ମୃତ୍ୟୁ ଅଭିଯୋଗ… ସ୍ଥିତି ପରଖିବାକୁ ଜିଲ୍ଲାରେ ଡେରା ପକାଇଛନ୍ତି ରାଜ୍ୟସ୍ତରୀୟ ଟିମ୍…ଏଯାଏଁ ୪ ଲକ୍ଷ ୧୫ ହଜାର ମଶାରିବଣ୍ଟନ…ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା, ସରକାରଙ୍କ ପକ୍ଷରୁ ନିଆଯାଉଛି ଅନେକ କାର୍ଯ୍ୟକ୍ରମ …
୨୦୧୬ରେ ଜିଲ୍ଲାରେ ୪୦ ହଜାରରୁ ଅଧିକ ରୋଗୀ ଚିହ୍ନଟ ହୋଇଥିଲେ । ପରବର୍ତ୍ତୀ ବର୍ଷଗୁଡ଼ିକରେ ସଂକ୍ରମଣ କମିଥିଲା। ସରକାରୀ ପଦକ୍ଷେପକୁ ମିଳିଲା। ପ୍ରଶଂସା।ହେଲେ ୨୦୨୪ ପରଠାରୁ ପୁଣି ଉପରମୁହାଁ ସଂକ୍ରମଣ । ତାହେଲେ କେଉଁଠି ରହିଗଲା ନିୟନ୍ତ୍ରଣ?“ମାଲେରିଆ ନିୟନ୍ତ୍ରଣ ପାଇଁ ଆମେ ବିଭିନ୍ନ ପଦକ୍ଷେପ ନେଉଛୁ। ଲୋକଙ୍କୁ ସଚେତନ କରାଯାଉଛି। ରକୁ ନମୁନା ପରୀକ୍ଷା ମଧ୍ୟ ବଢ଼ାଯାଇଛି । ଆଗାମୀ ଦିନରେ ମ୍ୟାଲେରିଆକୁ ଶୂନ୍ଯ କରିବା ଦିଗରେ ପଦକ୍ଷେ ନିଆ ଯିବ।”ଅନ୍ୟପଟେ,
ମାଲକାନଗିରିର ଏହି ସ୍ଥିତି ଏବେ ରାଜ୍ୟସ୍ତରରେ ବି ଚିନ୍ତା ବଢ଼ାଇଛି । ଭୁବନେଶ୍ବରର ଖାରବେଳ ଭବନରେ ବସିଥିବା ରାଜ୍ୟସ୍ତରୀୟ ବୈଷୟିକ ଟାସ୍କଫୋର୍ସ ବୈଠକରେ ମାଲକାନଗିରିର ମ୍ୟାଲେରିଆ ସ୍ଥିତି ନେଇ ହୋଇଛି ବିଶେଷ ଆଲୋଚନା। ସ୍ଥିତି ପରଖୁବା ପାଇଁ ଅତିରିକ୍ତ ନିର୍ଦ୍ଦେଶକ ଭେକ୍ଟର ବୋର୍ନ ଡିଜିଜ୍ଙ୍କ ନେତୃତ୍ବରେ ଜିଲ୍ଲାକୁ ଆସିଛନ୍ତି ରାଜ୍ୟସ୍ତରୀୟ ଟିମ୍।

