ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀରେ ବହୁତଳ ମହଲା କୋଠା ଭୁଶୁଡ଼ିବା ଘଟଣାରେ ୭ ଜୀବନ ଯିବାର ଦିନକ ପରେ ରାଜଧାନୀର ଡେଲ୍ଟା ଛକ ନିକଟରେ ଆଉ ଏକ ବଡ଼ ଅଘଟଣ ଘଟିଛି। ଡେଲଟା ଛକ ନିକଟରେ ନିର୍ମାଣାଧୀନ ବହୁତଳ ବିଶିଷ୍ଟ କୋଠାର ବେସମେଣ୍ଟର ଛାତ ହଠାତ୍ ଭୁଶୁଡ଼ି ଯାଇଛି । ବେସମେଣ୍ଟ୍ରେ ରାତିରେ ଶ୍ରମିକମାନେ ଶୋଉଥିବାରୁ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଡେଲଟା ଛକ ନିକଟରେ ଏକ କମ୍ପାନୀ ପକ୍ଷରୁ ଲୁହା ଢାଞ୍ଚାରେ ବହୁତଳ ମହଲା ଅଟ୍ଟାଳିକା ନିର୍ମାଣ ହେଉଛି।
ଏହି ନିର୍ମାଣ କାର୍ଯ୍ୟରେ ପ୍ରତିଦିନ ଶତାଧିକ ଶ୍ରମିକ କାମ କରୁଛନ୍ତି ଓ ରାତିରେ ପ୍ରାୟ ୨୦ ରୁ ୩୦ ଜଣ ଶ୍ରମିକ ସେଠାରେ ରାତ୍ରୀଯାପନ କରନ୍ତି। ରବିବାର ରାତିରେ ଶ୍ରମିକମାନେ ଖାଇପିଇ ସାରି ବେସମେଣ୍ଟ୍କୁ ଶୋଇବାକୁ ଯାଇଥିଲେ। ରାତି ପ୍ରାୟ ୧୧ଟା ବେଳକୁ ହଠାତ୍ ବେସମେଣ୍ଟ୍ର ଛାତ ମଡ଼ମଡ଼ କରି ଭୁଶୁଡି ପଡ଼ିଥିଲା । ଛାତ ଭୁଶୁଡ଼ିବା ସମୟରେ ପ୍ରଚଣ୍ଡ ଶବ୍ଦ ହେବା ସହ ଆଖପାଖ ଅଞ୍ଚଳରେ ଭୂକମ୍ପ ଭଳି ଅନୁଭୂତ ହୋଇଥିଲା। ହଠାତ୍ ଛାତ ଭୁଶୁଡ଼ି ପଡ଼ିବାରୁ ସେଠାରେ କାମ କରୁଥିବା ଶ୍ରମିକମାନେ ଜୀବନ ବଞ୍ଚାଇବାକୁ ଦୌଡ଼ାଦୌଡ଼ି କରି ଘଟଣାସ୍ଥଳରୁ ବାହାରି ଆସିଥିଲେ । ପ୍ରଚଣ୍ଡ ଶବ୍ଦ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ମାତ୍ର ସିକ୍ୟୁରିଟି ବଳୟରେ ଥିବା ଯୋଗୁଁ ବାହାର ଲୋକମାନେ ସେଠାକୁ ଯାଇ ପାରି ନ ଥିଲେ ।….

