spot_img

Latest Posts

ଅଧାବାଟରେ ଫାଟିଲା ଆମ୍ବୁଲାନ୍ସ ଟାୟାର, ବାଇକ୍‌କୁ ଧକ୍କା

ନନ୍ଦିଘୋଷ ବ୍ୟୁରୋ ; ରାଜ୍ୟରେ ବିଗୁଡ଼ୁଛି ସ୍ୱାସ୍ଥ୍ୟସେବାର ଚିତ୍ର। ଗୁରୁତର ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇବାର ମୁଖ୍ୟ ମାଧ୍ୟମ ଆମ୍ବୁଲାନ୍ସ ସେବା ଏବେ ଅବ୍ୟବସ୍ଥାରେ ଥିବା ଅଭିଯୋଗ ହେଉଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆମ୍ବୁଲାନ୍ସ ଦୁର୍ଘଟଣା ଓ ଅଧାବାଟରେ ଖରାପ ହେବାର ଖବର ଆସୁଥିବା ବେଳେ ପାରାଦ୍ୱୀପରେ ଘଟିଥିବା ଘଟଣା ଚିନ୍ତା ବଢ଼ାଇଛି। ଅଠରବାଙ୍କିରୁ ଜଗତସିଂହପୁରକୁ ଜଣେ ପ୍ରସୂତୀଙ୍କୁ ନେଇ ଯାଉଥିବା ବେଳେ ପାରାଦ୍ୱୀପ-କଟକ ରାସ୍ତାର ଗଡ଼ ନିକଟରେ ହଠାତ୍ ଆମ୍ବୁଲାନ୍ସର ଟାୟାର ଫାଟି ଯାଇଥିଲା। ଫଳରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଏକ ବାଇକ୍‌କୁ ଧକ୍କା ଦେଇଥିଲା।

ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଭିତରେ ଥିବା ପ୍ରସୂତୀ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ବାଇକ୍‌ରେ ଥିବା ଜଣେ ମହିଳା ଓ ଜଣେ ଯୁବକ ଆହତ ହୋଇଥିଲେ। ଏଭଳି ସ୍ଥିତିରେ ପାରାଦ୍ୱୀପ ଲକ୍ ଥାନାର କିଛି କର୍ମଚାରୀ ତୁରନ୍ତ ଅନ୍ୟ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରି ପ୍ରସୂତୀଙ୍କୁ ଜଗତସିଂହପୁର ପଠାଇଥିଲେ। ସେହିପରି ଆହତ ଦୁଇ ଜଣଙ୍କୁ ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଯାଇଥିଲା। ଏହି ଘଟଣା ରାଜ୍ୟର ଆମ୍ବୁଲାନ୍ସ ସେବା ଓ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିରେ ଥିବା ଅବ୍ୟବସ୍ଥାକୁ ପୁଣିଥରେ ସାମ୍ନାକୁ ଆଣିଛି।

 

Latest Posts

Don't Miss