spot_img

Latest Posts

ଚିନି ଦର ୭୦ ଛୁଇଁଲା: ବଢ଼ିବ ମିଠା ଦର, ଚିନ୍ତାରେ ଗ୍ରାହକ

ନନ୍ଦିଘୋଷ ବ୍ୟୁରୋ; ଚିନିର ମହଙ୍ଗା ମାଡ଼। ଏକାଥରକେ ୨୫ ଟଙ୍କା ବଢ଼ି ୭୦ ଟଙ୍କା ଛୁଇଁଲା ଚିନି ଦର। ଆଗକୁ ପାର୍ବଣ ଋତୁ ଥିବାରୁ ଚିନି ଦର ବୃଦ୍ଧିର ପ୍ରଭାବ ମିଠା ଦର ଉପରେ ପଡ଼ିପାରେ। ଫଳରେ ଗ୍ରାହକଙ୍କ ଉପରେ ପଡ଼ିପାରେ ଅଧିକ ମହଙ୍ଗା ମାଡ଼। ଚିନି ଦର ବୃଦ୍ଧିକୁ ନିନ୍ଦା କରିଛି ଓଡ଼ିଶା ବ୍ୟବସାୟୀ ମହାସଂଘ। ଇଥାନଲ ଉତ୍ପାଦନ ପାଇଁ ଆଖୁର ବ୍ୟବହାର ବଢ଼ିବାରୁ ଆଖୁ ଅଭାବ ଦେଖାଦେଇଛି ଏବଂ ଏହାର ପ୍ରଭାବ ଚିନି ଉତ୍ପାଦନ ଉପରେ ପଡ଼ୁଥିବା ବ୍ୟବସାୟୀ ସଂଘ କହିଛି। ଏହାସହ ସରକାର ବଜାରକୁ ପର୍ଯ୍ୟାପ୍ତ ଚିନି ଛାଡ଼ୁନଥିବାରୁ ଦର ବଢ଼ୁଥିବା ଅଭିଯୋଗ ହୋଇଛି। ଗତ ଦେଢ଼ ମାସରେ ଚିନି ଦର ପ୍ରାୟ ୫୦ ପ୍ରତିଶତ ବଢ଼ିଥିବା କହିଛି ସଂଘ।

ସେପଟେ ଚିନି ଦର ବଢ଼ିଲେ ମିଠା ଦର ମଧ୍ୟ ବଢ଼ିବ ବୋଲି କହିଛନ୍ତି ମିଠା ବ୍ୟବସାୟୀ। ଚିନି ସହ ଗ୍ୟାସ୍‌ ଓ ମସଲା ଦର ମଧ୍ୟ ବଢ଼ିଥିବାରୁ ଆଗକୁ ମିଠା ଦର ବଢ଼ାଇବାକୁ ପଡ଼ିପାରେ। ଜିଲାପି ୧୦ରୁ ୧୫ ଟଙ୍କା, ରସଗୋଲା ୧୦ରୁ ୧୫ ଟଙ୍କା ଏବଂ ଛେନାପୋଡ଼ କିଲୋପିଛା ୩୫୦ରୁ ୪୦୦ ଟଙ୍କା ହୋଇପାରେ। ସେହିପରି ଲଡୁ ଦର ମଧ୍ୟ କିଲୋପିଛା ୩୫୦ ଟଙ୍କାରେ ପହଞ୍ଚିପାରେ।

Latest Posts

Don't Miss