ଭୁବନେଶ୍ବର; ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ବିଜେଡ଼ିର ଖୋଲା ଚ୍ୟାଲେଞ୍ଜ। ବନ୍ୟା ବିପର୍ଯ୍ୟୟ ପରିଚାଳନାରେ ରାଜସ୍ବ ମନ୍ତ୍ରୀ ବିଫଳ ହୋଇଥିବା ଦର୍ଶାଇବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ସୁରେଶ ପୂଜାରୀଙ୍କ ମନ୍ତବ୍ୟର ଜବାବ ରଖିଛି ବିଜେଡ଼ି। ସାମ୍ବାଦିକ ସମ୍ମିଳନୀରେ ଏନେଇ ଉତ୍ତର ରଖୁଛନ୍ତି ବିଜେଡି ମିଡିଆ ସଂଯୋଜକ ଲେନିନ ମହାନ୍ତି। ମନ୍ତ୍ରୀ ସୁରେଶ ପୂଜାରୀଙ୍କ ୩ଟି ଗଣମାଧ୍ୟମ ମନ୍ତବ୍ୟ ଦେଖାଇବା ସହ ଦୁଇବର୍ଷରେ ରାଜସ୍ବ ବିଭାଗର ୧୦ଟି ସଫଳ କାର୍ଯ୍ୟର ହିସାବ ଦେବାକୁ ଚ୍ୟାଲେଞ୍ଜ ଦେଇଛନ୍ତି ଲେନିନ ମହାନ୍ତି। ସେ କହିଛନ୍ତି- ମନ୍ତ୍ରୀ ନିଜର ମନ୍ତ୍ରିତ୍ୱର ଦାୟିତ୍ଵ ନ ତୁଲାଇ ନିଜକୁ ଷ୍ଟାଣ୍ଡ-ଅପ୍ କମେଡିଆନ୍ ଭାବୁଛନ୍ତି। କିଛି ଲୁଚାଇବାକୁ ଏପରି ତଥ୍ୟ ରଖୁଛନ୍ତି। ନବୀନ ବାବୁଙ୍କ ଶାସନ ଉପରେ ଟିପ୍ପଣୀ ଦେବାକୁ ହେଲେ ମନ୍ତ୍ରୀଙ୍କର ସାମାନ୍ୟ ଜ୍ଞାନ ଥିବା ଦରକାର। ନବୀନ ବାବୁ ନୁହେଁ ବରଂ ବିଶ୍ଵ କହୁଥିଲା ନବୀନ ବାବୁଙ୍କ ଶାସନ ସମୟରେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନାରେ ଶ୍ରେଷ୍ଠ ଥିଲା। ରାଜ୍ୟଗୁଡ଼ିକୁ ଓଡିଶା ବିପର୍ଯ୍ୟୟ ପରିଚାଳନା ଶିଖାଏ। ରାଜ୍ୟ ସରକାର ଶୁଖିଲା ଖାଦ୍ୟ ବାଣ୍ଣିବାରେ ବିଫଳ ହୋଇଛନ୍ତି। ରାଉରକେଲା ସ୍ମାର୍ଟ ସିଟି ଅବସ୍ଥା ବେହାଲ। ବହୁ ତହସିଲ ଅଫିସରେ ତହସିଲଦାର ଓ ଆଡିସନାଲ ତହସିଲଦାର ନାହାନ୍ତି। ବନ୍ୟା ବିପନ୍ନମାନଙ୍କୁ ସହାୟତା ଯୋଗାଇବାକୁ ସେ ଦାବି କରିଛନ୍ତି ।

