ସମ୍ବଲପୁର; ଟ୍ରେଲରକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୨ ମୃତ, ୧୨ରୁ ଅଧିକ ଗୁରୁତର। ସମ୍ବଲପୁର – ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଶ୍ରୀ ଜଗନ୍ନାଥ ନାମକ ଏକ ବସ୍ ପୁରୀରୁ ସମ୍ବଲପୁର ଆସୁଥିବାବେଳେ କଂସର ପାଖରେ ଛିଡା ହୋଇଥିବା ଏକ ଟ୍ରେଲରକୁ ଧକ୍କା ଦେଇଥିଲା। ସମସ୍ତ ଆହତଙ୍କୁ ସମ୍ବଲପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l କିଛି ଗୁରୁତରଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ଖବରପାଇ ଘଟଣାସ୍ଥଳରେ ଯୁଯୁମରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ହେଲେ ପଦ୍ମପୁରରେ କାର୍ଯ୍ୟରତ SBI କର୍ମଚାରୀ ଦୀପକ ଦାସ ଓ ଭୁବନେଶ୍ୱରରେ କାର୍ଯ୍ୟରତ ଅଫିସର ପ୍ରୀତି ସୁମନ ପ୍ରଧାନ।

